ଭୁବନେଶ୍ୱରରେ ମିଠା ଓ ଛେନାର ମାନ ଯାଞ୍ଚ ପାଇଁ ବିଏମ୍ସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଭୁବନେଶ୍ୱରରେ ମିଠା ଓ ଛେନାର ମାନ ଯାଞ୍ଚ ପାଇଁ ବିଏମ୍ସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ସିଆରପି ଛକ ଅଞ୍ଚଳରେ ଥିବା ବିଭିନ୍ନ ମିଠା ଦୋକାନରେ ଅଧିକାରୀମାନେ ପହଞ୍ଚି ମିଠା ଓ ଛେନାର ଗୁଣବତ୍ତା ଯାଞ୍ଚ କରିଛନ୍ତି। ମିଠା ପ୍ରସ୍ତୁତିରେ ବ୍ୟବହୃତ ଛେନା, ପନିର ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ । ନିୟମ ଉଲ୍ଲଂଘନ କିମ୍ବା ନିମ୍ନମାନର ସାମଗ୍ରୀ ମିଳିଲେ ନମୁନା ସଂଗ୍ରହ ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ମିଳିଛି । ପାର୍ବଣ ସମୟରେ ମିଠାର ଚାହିଦା ବଢ଼ୁଥିବାରୁ ନକଲି ଛେନା ଓ ପନିରର କାରବାର ଉପରେ ରୋକ୍ ଲଗାଇବାକୁ ଏହି ଚଢ଼ାଉ ଜାରି ରହିଛି । ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଛି BMC।