ଭିଜିଲାନ୍ସ ଜାଲରେ ସିନିଅର୍ ରେଭିନିଉ ଆସିଷ୍ଟାଣ୍ଟ, ୩ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର

ଭୁବନେଶ୍ୱର (ରାଜ୍ୟ କାହାଣୀ )୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର । ଗିରଫ ହୋଇଥିବା ତିର୍ତ୍ତୋଲ ବ୍ଲକର ପୂର୍ବତନ ସ୍ୱତନ୍ତ୍ର ରାଜସ୍ବ ସହାୟକ ଭଞ୍ଜ କିଶୋର ବେହେରାଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ । ତିର୍ତ୍ତୋଲ ବ୍ଲକ୍‌ରେ କାର୍ଯ୍ୟରତ ଥିବା ବେଳେ ୩ କୋଟି ୨ ଲକ୍ଷ ୯୫ ହଜାର ଟଙ୍କାର ଦୁର୍ନୀତି କରିଥିଲେ । ଗତ ୧୨ ଅଗଷ୍ଟରେ ଭଞ୍ଜ କିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ ।ରଘୁନାଥପୁର ବ୍ଲକ ପାଟେଣୀ ଗାଁ ସ୍ଥିତ ପୈତୃକ ବାସ ଭବନ ସହିତ ଅଫିସ, ଶ୍ବଶୁର ଘର ଆଦି ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ । ଭିଜିଲାନ୍ସ ଟିମ୍ ପାଟେଣିଗାଁରେ ଥିବା ତାଙ୍କର ପ୍ରାୟ ୭ ହଜାର ବର୍ଗଫୁଟର ଦୁଇ ମହଲା ଆବାସିକ କୋଠା, ପ୍ରାୟ ୪ ହଜାର ବର୍ଗଫୁଟର ଟେଣ୍ଟ ହାଉସ୍ ଏବଂ ପ୍ରାୟ ୩ ହଜାର ବର୍ଗଫୁଟର ଅନ୍ୟ ଏକ ଦୁଇ ମହଲା କୋଠାରେ ତଲାସି କରୁଛି । ଏହାବ୍ୟତୀତ ନାଉଗାଁ ତହସିଲ କାର୍ଯ୍ୟାଳୟରେ ଥିବା ଶ୍ରୀ ବେହେରାଙ୍କ ବର୍ତ୍ତମାନର ଅଫିସ୍ ଏବଂ ପୂର୍ବରୁ ସେ କାର୍ଯ୍ୟରତ ଥିବା ତିର୍ତ୍ତୋଲ ବିଡ଼ିଓ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଯାଞ୍ଚ ଚାଲିଛି।

You might also like