ମହାରାଷ୍ଟ୍ରର ଅମରାବତୀ ହସ୍ପିଟାଲରେ ଅଗ୍ନିକାଣ୍ଡ । ତିନି ନବଜାତ ଶିଶୁଙ୍କ ମୃତ୍ୟୁ

ମହାରାଷ୍ଟ୍ରର ଅମରାବତୀ ହସ୍ପିଟାଲରେ ଅଗ୍ନିକାଣ୍ଡ । ତିନି ନବଜାତ ଶିଶୁଙ୍କ ମୃତ୍ୟୁ । ୬ ଗୁରୁତର ଶିଶୁଙ୍କୁ ସ୍ଥାନାନ୍ତର କରାଯାଇଛି । ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲର ନିଓନାଟାଲ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ସୋମବାର ସକାଳେ ବଡ଼ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପୋଡ଼ି ଯାଇ ୩ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଛଅ ଜଣ ଆହତ ହୋଇଛନ୍ତି।ଆହତ ଶିଶୁମାନଙ୍କୁ ନିକଟସ୍ଥ ଅନ୍ୟ ଏକ ସରକାରୀ ସୁପର-ସ୍ପେଶାଲିଟି ସେଣ୍ଟରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଭୋର ୩ଟା ୩୦ ସମୟରେ ନବଜାତ ଇଣ୍ଟେନ୍ସିଭ କେୟାର ୟୁନିଟ (NICU) ରେ ଥିବା ଏକ ଭେଣ୍ଟିଲେଟର ହଠାତ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ହସ୍ପିଟାଲର ତୃତୀୟ ମହଲାରେ ନିଆଁ ଲାଗିଥିଲା, ଯେଉଁଥିରେ ୩୯ ଜଣ ଶିଶୁ ରହୁଥିବା ତିନୋଟି କୋଠରୀ ଅଛି। ନିଆଁ ଲାଗିବା ମାତ୍ରେ ଡାକ୍ତର, ନର୍ସ ଏବଂ ଡ୍ୟୁଟିରେ ଥିବା କର୍ମଚାରୀମାନେ ନବଜାତ ଶିଶୁମାନଙ୍କୁ ଭେଣ୍ଟିଲେଟରରୁ ବାହାର କରିଥିଲେ। ଏକ ଭେଣ୍ଟିଲେଟର୍‌ରେ ଅପ୍ରତ୍ୟାଶିତ ବିସ୍ଫୋରଣ କିମ୍ବା ଶର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି ।

You might also like