ମୁଣ୍ଡରେ ଲାଗିବ ‘Temple’, ମାପିବ ମସ୍ତିଷ୍କ!

ଫିଟନେସ୍ ଟ୍ରାକିଂ ଦୁନିଆରେ ଏବେ କ୍ରାନ୍ତି ଆସିବାକୁ ଯାଉଛି। ଏପର୍ଯ୍ୟନ୍ତ ହାତରେ ସ୍ମାର୍ଟୱାଚ୍ କିମ୍ବା ଫିଟନେସ୍ ବ୍ୟାଣ୍ଡ ପିନ୍ଧିବାର ଯେଉଁ କ୍ରେଜ୍ ରହିଥିଲା, ତାହାକୁ ସମ୍ପୂର୍ଣ୍ଣ ବଦଳାଇ ଦେବାକୁ ଆସୁଛି ଏକ ଭିନ୍ନ ଧରଣର ସ୍ମାର୍ଟ ଗ୍ୟାଜେଟ୍। ଜୋମାଟୋ ଏବଂ ଇଟର୍ନାଲର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ଏକ ନୂଆ ଏବଂ ଆଶ୍ଚର୍ଯ୍ୟଜନକ ଡିଭାଇସ୍ ‘ଟେମ୍ପଲ୍’ (Temple) ଲଞ୍ଚ କରିବାକୁ ଯାଉଛନ୍ତି।Templeକୁ ସାଧାରଣ ସ୍ମାର୍ଟୱାଚ୍‌ କିମ୍ବା ଫିଟନେସ୍‌ ବ୍ୟାଣ୍ଡ ଭଳି କେବଳ ହାର୍ଟରେଟ୍‌, ଷ୍ଟେପ୍ସ କିମ୍ବା ଶରୀରର ଗତିବିଧି ମାପିବା ପାଇଁ ତିଆରି କରାଯାଇନାହିଁ । ଏହା ମସ୍ତିଷ୍କ ସହ ଜଡ଼ିତ ବିଭିନ୍ନ ସିଗ୍ନାଲ୍‌ ଉପରେ ନଜର ରଖିବା ପାଇଁ ଡିଜାଇନ୍‌ ହୋଇଛି ।ଏହି ୱେୟାରେବଲ୍‌ ରିଅଲ୍‌-ଟାଇମ୍‌ରେ ମସ୍ତିଷ୍କକୁ ହେଉଥିବା ରକ୍ତ ପ୍ରବାହ ସହ ଅନ୍ୟାନ୍ୟ ସଙ୍କେତକୁ ଟ୍ରାକ୍‌ କରିବ । ଏଥିରୁ ଅକ୍ସିଜେନେସନ୍‌, କଗ୍ନିଟିଭ୍‌ ଲୋଡ୍‌ ଏବଂ ମସ୍ତିଷ୍କର କାର୍ଯ୍ୟକଳାପ ସହ ଜଡ଼ିତ ତଥ୍ୟ ମିଳିପାରିବ । ବିଶେଷକରି ଆଥଲେଟ୍‌ମାନଙ୍କ ପାଇଁ ଏହା ଉପଯୋଗୀ ହୋଇପାରେ । କାରଣ ଟ୍ରେନିଂ ପରେ ଥକାପଣ, ରିକଭରି, ଫୋକସ୍‌ ଏବଂ ନିଦ୍ରା ସମ୍ପର୍କରେ ଅଧିକ ତଥ୍ୟ ମିଳିବାର ସମ୍ଭାବନା ରହିଛି ।ଦୀପିନ୍ଦର ଗୋୟଲଙ୍କ ଏହି ନୂଆ ପ୍ରକଳ୍ପକୁ ନେଇ ଏବେ ସାରା ବିଶ୍ୱର ଟେକ୍ପ୍ରେମୀଙ୍କ ମଧ୍ୟରେ ଅତ୍ୟାଧିକ ଉତ୍ସାହ ଦେଖିବାକୁ ମିଳିଛି। କାହିଁକି ନା Temple ଏବେ ବଜାରରେ ଉପଲବ୍ଧ ସବୁଠାରୁ ଛୋଟ ୱେୟାରେବଲ୍ ହୋଇଛି । ଏହାର ସୀମିତ ସଂସ୍କରଣ ପାଇଁ ଖୁବ୍ଶୀଘ୍ର ପ୍ରି-ଅର୍ଡର ଆରମ୍ଭ ହେବ । ୨୦୨୬ ଶେଷ ସୁଦ୍ଧା ଡିଭାଇସ୍ର ଡେଲିଭରି ଆରମ୍ଭ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ।

You might also like