୨୦୨୭ ନିର୍ବାଚନ ପୂର୍ବରୁ ବଢ଼ିଲା ନେତାଙ୍କ ସୁରକ୍ଷା ବଢ଼ିଲା;ଯୋଗୀ, ଅଖିଳେଶ ପିନ୍ଧିବେ ୧୦ ଲକ୍ଷର ଜାକେଟ୍‌

୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନଜରରେ ରଖି ରାଜ୍ୟର ପ୍ରମୁଖ ରାଜନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଉଛି। ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ସମେତ ପ୍ରାୟ ୫୨ ଜଣ ନେତାଙ୍କୁ ଅତିରିକ୍ତ ସୁରକ୍ଷା କବଚ ଭାବେ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌ ଯୋଗାଇ ଦିଆଯିବ।ପ୍ରତ୍ୟେକ ଜାକେଟ୍‌ର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି। ରାଜ୍ୟର ୧୧ ଜଣ ମନ୍ତ୍ରୀଙ୍କୁ ମଧ୍ୟ ଏହି ଅତିରିକ୍ତ ସୁରକ୍ଷା କବଚ ଦିଆଯାଉଛି। ୨୦୨୭ ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ରାଜନୈତିକ ଗତିବିଧି ଧୀରେ ଧୀରେ ବଢ଼ିବ। ବଡ଼ ବଡ଼ ଜନସଭା, ରାଲି, ରୋଡ୍‌ ଶୋ’ ଓ ନିର୍ବାଚନୀ ଯାତ୍ରାରେ ପ୍ରମୁଖ ନେତାମାନେ ଯୋଗଦେବେ। ଏହି ସମୟରେ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ଏକ ବଡ଼ ପ୍ରଶାସନିକ ଚ୍ୟାଲେଞ୍ଜ ହୋଇପାରେ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆଗୁଆ ଭାବେ ମଜବୁତ କରାଯାଇଛି।ନେତାମାନଙ୍କୁ ପୂର୍ବରୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥା ସହିତ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌କୁ ଅତିରିକ୍ତ ସୁରକ୍ଷା କବଚ ଭାବେ ବ୍ୟବହାର କରାଯିବ।

You might also like