ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍, ମୋଟ୍ ୧୫ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ । ପୂର୍ବରୁ ୧୫ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଜଳସ୍ତର ବୃଦ୍ଧି ଯୋଗୁଁ ଆଉ ୨ଟି ଗେଟ୍ ଖୋଲାଯାଇଛି ।। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୮୭ ଫୁଟ ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଅଧିକ ଗେଟ୍ ଖୋଲାଯାଇଛି । ଯେଉଁଥିରୁ ବାମପାର୍ଶ୍ୱର ୧୧ଟି ଓ ଡାହାଣପାର୍ଶ୍ୱର ୬ଟି ଗେଟ୍ ଦେଇ ପାଣି ନିଷ୍କାସନ କରାଯାଉଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୩ଲକ୍ଷ୧୬ହଜାର ୫୦୯ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୬୮ହଜାର ୮୩୦ କ୍ୟୁସେକ୍ ପାଣି ନିଷ୍କାସନ କରାଯାଉଛି।