ହାଇକୋର୍ଟରେ ୪ ଆଇନଜୀବୀଙ୍କ ନାଁକୁ କଲେଜିୟମର ମଞ୍ଜୁରି

ଭୁବନେଶ୍ୱର (ରାଜ୍ୟ କାହାଣୀ )ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହେବେ ଆଉ ୪ ଜଣ ନୂଆ ବିଚାରପତି । ଏନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍ କରାଯାଇଛି । ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ୍ ହୋଇଥିବା ୪ ଜଣ ହେଉଛନ୍ତି— ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାଶ, ଗୌତମ ମିଶ୍ର ଏବଂ ରଜିତ୍ ରାୟ ।ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ସମ୍ପର୍କିତ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହେବା ପରେ ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ିବ। ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି, ଯେତେବେଳେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ଅଭାବକୁ ନେଇ ଚିନ୍ତା ବଢ଼ିଛି। ହାଇକୋର୍ଟର ଅନୁମୋଦିତ ବିଚାରପତି ସଂଖ୍ୟା ୩୩, କିନ୍ତୁ ମୁଖ୍ୟ ବିଚାରପତିଙ୍କୁ ମିଶାଇ କାର୍ଯ୍ୟରତ ବିଚାରପତିଙ୍କ ସଂଖ୍ୟା ନିକଟରେ ପ୍ରାୟ ୧୭କୁ ଖସି ଆସିଥିଲା। ଅର୍ଥାତ୍ ଅନୁମୋଦିତ ପଦର ପ୍ରାୟ ଅଧା ଖାଲି ପଡ଼ିଥିଲା। ସାମ୍ପ୍ରତିକ ଅବସର, ଦୁଇ ବରିଷ୍ଠ ବିଚାରପତି ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଓ ଜଷ୍ଟିସ୍ କୃଷ୍ଣ ରାମ ମହାପାତ୍ରଙ୍କ ବଦଳି ହୋଇଥିଲା | ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ବଢ଼ୁଥିବା ସମୟରେ ନୂଆ ବିଚାରପତିଙ୍କ ନିଯୁକ୍ତି ନ୍ୟାୟିକ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

You might also like