ରାଜ୍ୟରେ ନାହିଁ ବନ୍ୟାସ୍ଥିତି : ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ଵର (ରାଜ୍ୟ କାହାଣୀ )ରାଜ୍ୟରେ ବର୍ତ୍ତମାନ କୌଣସି ବନ୍ୟା ପରିସ୍ଥିତି ନାହିଁ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଗତ କିଛି ଦିନର ବର୍ଷା ପରେ ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ଏବେ ତାହା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ।ଜଳକା ଯୋଗୁଁ ବସ୍ତା ଓ ବାଲେଶ୍ୱରରେ ଜଳ ନିଷ୍କାସନ ସମସ୍ୟା ହେଉଛି । ବୁଢାବଳଙ୍ଗରେ ପାଣି କମିଲାଣି, ସେଠି ବନ୍ୟା ନାହିଁ ଓ ବ୍ରାହ୍ମଣୀରେ ମଧ୍ୟ ନାହିଁ । ସୁବର୍ଣ୍ଣରେଖା ଆଜି ରାତିରେ ରାଜଘାଟ ଠାରେ ବଢିପାରେ । ଭଦ୍ରକ , ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁରର କଛି ଅଞ୍ଚଳ ଜଳବନ୍ଦୀ ହୋଇଛି । ଜଳବନ୍ଦୀ ଅଞ୍ଚଳରେ ୩ରୁ ୪ ଦିନ ଲାଗିବ ପାଣି କମିବାକୁ ।ବର୍ତ୍ତମାନ ବର୍ଷା କମିଥିବାରୁ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଛି, ଯାହା ପ୍ରଶାସନ ପାଇଁ ଆଶ୍ୱସ୍ତିକର ଖବର ସାଜିଛି ।

You might also like