ଇୟର ଫୋନ୍ ଲଗାଇ ମୋବାଇଲ ଦେଖିବା ବେଳେ ବଜ୍ରାଘାତ । ନାବାଳକର ମୃତ୍ୟୁ

କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର କୋସାଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାରେଙ୍ଗବା ଗ୍ରାମରେ ବୁଧବାର ସନ୍ଧ୍ୟାରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ସମୟରେ ବଜ୍ରପାତ ହୋଇଥିଲା।ମୃତକ ହେଲେ ୧୬ ବର୍ଷିୟ ଭାଗିରଥୀ ଶିଶା ।। ସୂଚନାମୁତାବକ ନନ୍ଦପୁର ଅଞ୍ଚରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ହୋଇଥିଲା । ଏହି ସମୟରେ ଭାଗିରଥୀ ଫୋନ ଚାର୍ଜ କରିବା ସହ ଇୟରଫୋନ୍ ଲଗାଇଥିଲେ । ବଜ୍ରଘାତ ହେବାରୁ ଭାଗିରଥୀ ଅଚେତ ହୋଇପଡିଥିଲେ । ଘଟଣା ପରେ ପରିବାରବର୍ଗ ତୁରନ୍ତ ୧୦୮ ଆମ୍ବୁଲାନ୍ସ ସେବାକୁ ଫୋନ୍ କରିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

You might also like