ସୌମ୍ୟ ହତ୍ୟାକାଣ୍ଡ ମାମଲା: ୭୬୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ଵର (ରାଜ୍ୟ କାହାଣୀ )ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଏହି ମାମଲାରେ ପୂର୍ବରୁ ସମୁଦାୟ ୨୦ ଜଣଙ୍କୁ ଗିରଫ କରାଯାଇଥିଲା, ମାତ୍ର ସେମାନଙ୍କ ମଧ୍ୟରୁ କେବଳ ୧୧ ଜଣଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ପର୍ଯ୍ୟାପ୍ତ ପ୍ରମାଣ ପାଇବାରେ ସଫଳ ହୋଇଛି ।ଅନ୍ୟପକ୍ଷରେ, ଏହି ମାମଲାରେ ଗିରଫ ହୋଇଥିବା ଅବଶିଷ୍ଟ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ କ୍ଲିନ୍ ଚିଟ୍ ପ୍ରଦାନ କରାଯାଇଛି । ପୂର୍ବରୁ ସ୍ଥାନୀୟ ଥାନାରେ ଏହି ୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା, ମାତ୍ର କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ସେମାନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ । ତେଣୁ ଏହି ୯ ଜଣଙ୍କ ନାମରେ ହୋଇଥିବା ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି କ୍ରାଇମବ୍ରାଞ୍ଚ କୋର୍ଟରେ ସ୍ପଷ୍ଟ କରିଛି ।