ଶସ୍ତା ହେଲା କମର୍ସିଆଲ୍ ସିଲିଣ୍ଡର; ଦିଲ୍ଲୀରେ କମିଲା ୨୦୨ ଟଙ୍କା

କେନ୍ଦ୍ର ସରକାର ହୋଟେଲ, ରେଷ୍ଟୁରାଷ୍ଟ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କାରୁ ଅଧିକ ହ୍ରାସ କରିଛନ୍ତି। ଇରାନ ଯୁଦ୍ଧ ଏବଂ ପଶ୍ଚିମ ଏସିଆ ସଙ୍କଟ କାରଣରୁ କ୍ରମାଗତ ଭାବେ ବୃଦ୍ଧି ପାଇଥିବା ଗ୍ୟାସ ଦର ପରେ ଏହା ଦ୍ୱିତୀୟ ବଡ଼ ଆଶ୍ୱସ୍ତିଜନକ ନିଷ୍ପତ୍ତି ଅଟେ। ଦର ଆଜି ଅର୍ଥାତ ଅଗଷ୍ଟ ୧ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି । ଏହି ଦର ହ୍ରାସ ପରେ ଏବେ ସିଲିଣ୍ଡରର ମୂଲ୍ୟ ୨୭୨୮ ଟଙ୍କାକୁ ଖସି ଆସିଛି ।ବାଣୀଜ୍ୟିକ ସିଲିଣ୍ଡର ଦର କମିଥିଲେ ମଧ୍ୟ ୧୪.୨ କେଜି ବିଶିଷ୍ଟ ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଘରୋଇ ବ୍ୟବହାରକାରୀଙ୍କ ପାଇଁ ପୂର୍ବ ଦର ବଜାୟ ରହିଛି ।

You might also like