ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର (ରାଜ୍ୟ କାହାଣୀ )ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା ଦର୍ଶନ ବନ୍ଦ ପରେ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ଆରମ୍ଭ ହେବ। ତେବେ ଶୁକ୍ରବାର ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ଶନିବାର ସୁନାବେଶ। ଏହି ଦୁଇ ଦିନ ଲାଗି ପୁରୀ ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ବାହୁଡ଼ାଯାତ୍ରା ପୂର୍ବ ଦିନ ଅର୍ଥାତ ୨୩ ତାରିଖ ରାତି ୧୨ ଟାରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ପରବର୍ତ୍ତୀ ସମୟରେ ଭିଡ଼ ଦେଖି ଟ୍ରାଫିକ କଟକଣା ପରିବର୍ତ୍ତନ ହୋଇପାରିବ । ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ସମସ୍ତ ଅନ୍ତଃରାଜ୍ୟ ଟୁରିଷ୍ଟ ବସ୍‌ଗୁଡିକ ମାଳତିପାଟପୁରଠାରେ ପାର୍କିଂ କରିବେ । ସେଠାରୁ ସେମାନେ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ଭୁବନେଶ୍ୱର ଓ କଟକ ପଟୁ ଆସୁଥିବା ସମସ୍ତ ନିୟମିତ ଯାତ୍ରୀବାହୀ ବସ୍‌ଗୁଡିକ ମାଳତିପାଟପୁର ଓଭରବ୍ରିଜ୍‌ ଦେଇ ବାଇପାସ୍‌ରେ ଆସି ବାଇଦାସନଗର ଛକରୁ ଗ୍ରୀଡ୍‌ଷ୍ଟେସନ ଛକ ଦେଇ ତାଳବଣିଆ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ପାର୍କିଂରେ ରହିବେ । ଫେରିବା ସମୟରେ ସେଣ୍ଟ୍ରାଲ ସ୍କୁଲ ଛକ, ଭୂଦାନଛକ, ଗ୍ରୀଡ ଷ୍ଟେସନ, ବାଇଦାସନଗର-ରାମଚଣ୍ଡୀ -କୋଣାର୍କ -ଗୋପ- ନିମାପଡା-ପିପିଲି ଓଭରବ୍ରିଜ୍‌ ଦେଇ ଭୁବନେଶ୍ୱର ଅଭିମୁଖେ ଯିବେ । ତାଳବଣିଆ ବସ୍‌ଷ୍ଟାଣ୍ଡ ପୂର୍ଣ୍ଣ ହୋଇଗଲେ ଭୂଦାନ ଛକରେ ଯାତ୍ରୀଙ୍କୁ ଓହ୍ଲାଇ ସ୍ୱାମୀନାରାୟଣ ମନ୍ଦିର ନିକଟରେ ପାର୍କିଂ କରିବେ ।ଫେରିବା ସମୟରେ ସ୍ୱାମୀ ନାରାୟଣ ମନ୍ଦିରଭୂଦାନଛକ-ଗ୍ରୀଡ୍‌ ଷ୍ଟେସନ-ବାଇଦାସନଗର ରାମଚଣ୍ଡୀ-କୋଣାର୍କ-ଗୋପ-ନିମାପଡା- ପିପିଲି ଓଭରବ୍ରିଜ୍‌ ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯିବେ । ଭୁବନେଶ୍ୱର ପଟୁ ଆସୁଥିବା ହାଲୁକା ଯାନଗୁଡ଼ିକ ମାଳତିପାଟପୁର ଓଭରବ୍ରିଜ୍‌ ଦେଇ ତାଳବଣିଆର ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ, ଇନଡୋର ଷ୍ଟାଡିୟମ, ଉଦ୍ୟାନ କୃଷିପଡ଼ିଆ, ସ୍ୱଚ୍ଛ ମାଛବଜାରରେ ଯାନଗୁଡିକ ପାର୍କିଂ କରିବେ । ସେଠାରୁ ଫେରିବାବେଳେ ପିକେଆରଟି ଛକଦେଇ କେନ୍ଦ୍ରୀୟ ବିଦ୍ୟାଳୟ, ଭୂଦାନ ଛକ, ଗ୍ରୀଡ ଷ୍ଟେସନ ଛକ, ବାଲିଘାଟ ଓ ସମଙ୍ଗରା ଦେଇ ହରେକୃଷ୍ଣପୁର ଛକରେ ବାହାରି ଭୁବନେଶ୍ୱର ଫେରିବେ । ତାଳବଣିଆ ପାର୍ଶ୍ୱରେ ପାର୍କିଂ ପୂର୍ଣ୍ଣ ହୋଇଗଲା ପରେ ମାଳତିପାଟପୁର ଓଭରବ୍ରିଜ୍‌ ଦେଇ ବାଟଗାଁ ଛକ ଦେଇ ଶ୍ରୀସେତୁ ନିକଟରେ ପାର୍କିଂ କରିବେ । ଭୁବନେଶ୍ୱର ଓ ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଦୁଇ ଚକିଆ ଯାନଗୁଡିକ ମାଳତୀପାଟପୁର – ବାଟଗାଁ – ମଙ୍ଗଳାଘାଟ ଛକ ଦେଇ ପୁରୁଣା ଜଗନ୍ନାଥବଲ୍ଲଭରେ ଓ ମାଟିତୋଟା ଖେଳପଡ଼ିଆରେ ପାର୍କିଂ କରିବେ । ଜଗନ୍ନାଥବଲ୍ଲଭରେ ରହିଥିବା ଗାଡିଗୁଡିକ ଫେରିବାବେଳେ ନରେନ୍ଦ୍ରକୋଣ, ଜଟିଆ ବାବାଜି ଛକ, କୁମ୍ଭାରପଡା ଥାନା, ଅଠରନଳା ଦେଇ ବାଟଗାଁ ଛକରୁ ଭୁବନେଶ୍ୱର ଅଭିମୁଖେ ଫେରିପାରିବେ । ମାଟିତୋଟା ଖେଳ ପଡ଼ିଆ ପାର୍କିଂରୁ ଶ୍ରୀସେତୁ ସର୍ଭିସ ରୋଡ ,ମଙ୍ଗଳାଘାଟରେ ୟୁଟର୍ଣ୍ଣ କରି ବାଟଗାଁ ଦେଇ ମାଳତୀପୁର ଅଭିମୁଖେ ଫେରିବେ । ଦୁଇ ପାର୍କିଂସ୍ଥଳ ପୂର୍ଣ୍ଣ ହୋଇଗଲେ ମାଟିତୋଟା ହେଲିପ୍ୟାଡରେ ପାର୍କିଂ କରିବେ ।ଫେରିବା ସମୟରେ ସ୍ୱାମୀ ନାରାୟଣ ମନ୍ଦିରଭୂଦାନଛକ-ଗ୍ରୀଡ୍‌ ଷ୍ଟେସନ-ବାଇଦାସନଗର ରାମଚଣ୍ଡୀ-କୋଣାର୍କ-ଗୋପ-ନିମାପଡା- ପିପିଲି ଓଭରବ୍ରିଜ୍‌ ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯିବେ । ଭୁବନେଶ୍ୱର ପଟୁ ଆସୁଥିବା ହାଲୁକା ଯାନଗୁଡ଼ିକ ମାଳତିପାଟପୁର ଓଭରବ୍ରିଜ୍‌ ଦେଇ ତାଳବଣିଆର ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ, ଇନଡୋର ଷ୍ଟାଡିୟମ, ଉଦ୍ୟାନ କୃଷିପଡ଼ିଆ, ସ୍ୱଚ୍ଛ ମାଛବଜାରରେ ଯାନଗୁଡିକ ପାର୍କିଂ କରିବେ । ସେଠାରୁ ଫେରିବାବେଳେ ପିକେଆରଟି ଛକଦେଇ କେନ୍ଦ୍ରୀୟ ବିଦ୍ୟାଳୟ, ଭୂଦାନ ଛକ, ଗ୍ରୀଡ ଷ୍ଟେସନ ଛକ, ବାଲିଘାଟ ଓ ସମଙ୍ଗରା ଦେଇ ହରେକୃଷ୍ଣପୁର ଛକରେ ବାହାରି ଭୁବନେଶ୍ୱର ଫେରିବେ । ତାଳବଣିଆ ପାର୍ଶ୍ୱରେ ପାର୍କିଂ ପୂର୍ଣ୍ଣ ହୋଇଗଲା ପରେ ମାଳତିପାଟପୁର ଓଭରବ୍ରିଜ୍‌ ଦେଇ ବାଟଗାଁ ଛକ ଦେଇ ଶ୍ରୀସେତୁ ନିକଟରେ ପାର୍କିଂ କରିବେ । ଭୁବନେଶ୍ୱର ଓ ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଦୁଇ ଚକିଆ ଯାନଗୁଡିକ ମାଳତୀପାଟପୁର – ବାଟଗାଁ – ମଙ୍ଗଳାଘାଟ ଛକ ଦେଇ ପୁରୁଣା ଜଗନ୍ନାଥବଲ୍ଲଭରେ ଓ ମାଟିତୋଟା ଖେଳପଡ଼ିଆରେ ପାର୍କିଂ କରିବେ । ଜଗନ୍ନାଥବଲ୍ଲଭରେ ରହିଥିବା ଗାଡିଗୁଡିକ ଫେରିବାବେଳେ ନରେନ୍ଦ୍ରକୋଣ, ଜଟିଆ ବାବାଜି ଛକ, କୁମ୍ଭାରପଡା ଥାନା, ଅଠରନଳା ଦେଇ ବାଟଗାଁ ଛକରୁ ଭୁବନେଶ୍ୱର ଅଭିମୁଖେ ଫେରିପାରିବେ । ମାଟିତୋଟା ଖେଳ ପଡ଼ିଆ ପାର୍କିଂରୁ ଶ୍ରୀସେତୁ ସର୍ଭିସ ରୋଡ ,ମଙ୍ଗଳାଘାଟରେ ୟୁଟର୍ଣ୍ଣ କରି ବାଟଗାଁ ଦେଇ ମାଳତୀପୁର ଅଭିମୁଖେ ଫେରିବେ । ଦୁଇ ପାର୍କିଂସ୍ଥଳ ପୂର୍ଣ୍ଣ ହୋଇଗଲେ ମାଟିତୋଟା ହେଲିପ୍ୟାଡରେ ପାର୍କିଂ କରିବେ ।

You might also like