ଭିଜିଲାନ୍ସ ଜାଲରେ ଆଇଟିଡିଏର ପୂର୍ବତନ AE

ଭୁବନେଶ୍ଵର( ରାଜ୍ୟ କାହାଣୀ )ଭୁବନେଶ୍ୱର ଆଇଟିଡିଏ ସହକାରୀ ନିର୍ଦ୍ଦେଶକ ସଞ୍ଜୟ କିସପଟ୍ଟାଙ୍କ ଘରେ ସୋମବାର ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍‌ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ଭୁବନେଶ୍ୱର ସମେତ କୋରାପୁଟ ଓ ରାଉରକେଲାରେ ଭିଜିଲାନ୍ସ ଟିମ୍‌ ପହଞ୍ଚି ଛାନଭିନ୍‌ ଚଳାଇଛନ୍ତି।ବାବୁ ଜଣଙ୍କ ଆଇଟିଡିଏରୁ ଅବସର ନେବା ପରେ ଵର୍ତମାନ ଭୁବନେଶ୍ୱର OCLରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି l ଭିଜିଲାନ୍ସର ମୋଟ ୪ଟି ଟିମ୍ ଭୁବନେଶ୍ୱର କାର୍ଯ୍ୟଳୟ, ରାଉରକେଲା ପୈତୃକ ଘର ସମେତ କୋରାପୁଟର ଦୁଇଟି ସ୍ଥାନରେ ଯାଞ୍ଚ କରୁଛି ଭିଜିଲାନ୍ସ । କୋରାପୁଟ ଭଡା ଘର ଏବଂ ଏକ ହୋଟେଲରେ ପଚରା ଉଚରା କରୁଛି ଜୟପୁର ଭିଜିଲାନ୍ସର ଦୁଇଟି ଟିମ ।ଚଢ଼ାଉ ସମୟରେ ସମ୍ପତ୍ତି ସମ୍ବନ୍ଧୀୟ ଦସ୍ତାବିଜ, ବ୍ୟାଙ୍କ ରେକର୍ଡ ଓ ଅନ୍ୟାନ୍ୟ ଆର୍ଥିକ କାଗଜପତ୍ରର ଯାଞ୍ଚ କରାଯାଉଛି। ଚଢ଼ାଉ ଜାରି ରହିଥିବାରୁ ସମ୍ପତ୍ତିର ପରିମାଣ ଓ ମୂଲ୍ୟ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ସୂଚନା ପ୍ରକାଶ କରାଯାଇନାହିଁ।

You might also like