ଶଶୁର ଘରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ
ଭୁବନେଶ୍ୱର ( ରାଜ୍ୟ କାହାଣୀ )ବ୍ରହ୍ମପୁର ସହରରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ବାସୁଦେବ ନଗର ୩ୟ ଲାଇନରେ ଜଣେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି। ସେ ହେଲେ ଦିଗପହଣ୍ଡି ନିକଟ ବଦ୍ରିଗୁମାର ରାଜଲକ୍ଷ୍ମୀ ମିଶ୍ର(୨୪) । ଗୁରୁତର ଅବସ୍ଥାର ତାଙ୍କୁ ଚିକିତ୍ସା ନିମନ୍ତେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି । ଆଜକୁ ଦୁଇ ବର୍ଷ ତଳେ ରାଜଲକ୍ଷ୍ମୀ ବାସୁଦେବ ନଗର ୩ୟ ଲାଇନର କାଳୀ ପ୍ରସାଦ ମିଶ୍ରଙ୍କୁ ବିବାହ କରିଥିଲେ । କିଛି ମାସ ପରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ହୋଇ ବିବାହ ବିଚ୍ଛେଦ ହେବାକୁ ଯାଉଥିଲା । ଗୁରୁବାର ରାଜଲକ୍ଷ୍ମୀ ନିଜ ଶଶୁର ଘରକୁ ଯୌତୁକ ସାମଗ୍ରୀ ଫେରସ୍ତ ନେବାକୁ ଯାଇଥିଲେ । ହେଲେ ସେଠାରେ ସେ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣା ସମ୍ପର୍କରେ ପରିବାର ସଦସ୍ୟ ଓ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି ।