ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ, ମହାନଦୀକୁ ଓହ୍ଲାଇବା ଓ ସେଲ୍ ଫି କୁ କଟକଣା

ଭୁବନେଶ୍ୱର ( ରାଜ୍ୟ କାହାଣୀ )ରାଜ୍ୟରେ ବର୍ଷା ପରିସ୍ଥିତିକୁ ନେଇ ସତର୍କତା ଜାରି ରହିଥିବାବେଳେ, ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି । ଏହି ନେଇ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ହୀରାକୁଦ ବନ୍ଧର ଚାରିଟି ଗେଟ୍‌ ଦେଇ ପାଣି ଛଡ଼ାଯାଉଛି । ତେବେ ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ । ହୀରାକୁଦ ଗେଟ୍ ଖୋଲିବା ପରେ ସକାଳରୁ ମଧ୍ୟାହ୍ନ ସମୟ ଭିତରେ ବନ୍ୟା ଜଳ ପହଞ୍ଚିବ । ଆଜି ସକାଳ ୧୦ଟା ସୁଦ୍ଧା ମୁଣ୍ଡଳୀରେ ୨ଲକ୍ଷ ୩୨ହଜାର ୩୮୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଅଫ ଷ୍ଟ୍ରିମ ୮୨.୧୦ ଥିବାବେଳେ ଡାଉନ ଷ୍ଟ୍ରିମ ୭୯. ୮୦ ରହିଛି । ଡାଉନ ଷ୍ଟ୍ରିମର ବିପଦ ସଙ୍କେତ ୯୫.୨୫ ରହିଛି । ବର୍ତ୍ତମା ସୁଦ୍ଧା ମୁଣ୍ଡଳୀରେ ୧୦ଟି ଗେଟରୁ ୮ଟି ଗେଟ୍ ଦେଇ ପାଣି ପ୍ରବାହିତ ହେଉଛି । ମହାନଦୀକୁ ଓହ୍ଲାଇବା ମନା, ସେଲ୍ ଫି, ଭିଡିଓ ସୁଟିଂରେ କଟକଣା, ବାଲିଘାଟ ବନ୍ଦ ଆଦି କଟକଣା ଜାରି କରାଯାଇଛି ।

You might also like