ସିଏମଓରୁ ଫାଇଲ ଗାଏବ: ବିଜେପିକୁ ଦାୟୀ କଲା ବିଜେଡି

ରାଜ୍ୟ କାହାଣୀ( ଭୁବନେଶ୍ଵର )ସିଏମଓରୁ ଦୁଇ ଫାଇଲ ହଜିବା ଘଟଣାରେ ପୋଲିସର ତଦନ୍ତ ଆରମ୍ଭ । କ୍ୟାପିଟାଲ ଥାନା ଅଧିକାରୀ ଲୋକସେବା ଭବନରେ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଠାରୁ ତଥ୍ଯ ନେଇଛନ୍ତି । କ୍ୟାପିଟାଲ ଥାନାରେ FIR ପରେ ଖୋଳତାଡ଼ ଆରମ୍ଭ ।ବିଜେପିକୁ ଦାୟୀ କଲା ବିଜେଡି । ଦୁଇ ବର୍ଷ ହେଲା ସରକାର କାହିଁକି ଚୁପ ବସିଥିଲେ ବୋଲି ପ୍ରଶ୍ନ କରିଛି ଦଳ । ହଜିଛି ନା ବି ବିଜେପି ତାକୁ ହଜାଇ ଦେଇଛି ବୋଲି ପାଲଟା ଅଭିଯୋଗ କରିଛନ୍ତି ବିଜେଡି ନେତା ମୁନ୍ନା ଖାନ । ସେହିଭଳି କଂଗ୍ରେସ ବି ବିଜେପି ସରକାରଙ୍କୁ ନିଶାନା କରିଛି । ତୃତୀୟ ମହଲା କଡା ସୁରକ୍ଷା ଭିତରେ ଥାଏ । କିନ୍ତୁ ଫାଇଲ କେମିତି ଗାଏବ ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ ।ଏହି ମାମଲାରେ BNSର ଧାରା ୩୧ Criminal Breach of Trust / ବିଶ୍ୱାସଘାତକତା ଲାଗୁ ହୋଇପାରେ। ସରକାରୀ ଅଧିକାରୀଙ୍କ କ୍ଷେତ୍ରରେ ଏଥିପାଇଁ ୧୦ ବର୍ଷ କାରାଦଣ୍ଡର ପ୍ରାବଧାନ ରହିଛି। ଏହା ସହିତ ଦସ୍ତାବିଜ୍ ନଷ୍ଟ କରିବା (Mischief) ଏବଂ ସରକାରୀ ରେକର୍ଡ ଆକ୍ଟ, ୧୯୯୩ ର ବିଭିନ୍ନ ଧାରା ଲାଗୁ ହୋଇପାରେ।

You might also like