ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ମିସାଇଲର ସଫଳ ପରୀକ୍ଷଣ
ରାଜ୍ୟ କାହାଣୀ (ଭୁବନେଶ୍ଵର)ବାଲେଶ୍ଵର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଲଞ୍ଚ ପ୍ୟାଡ-୩ରୁ ଏକ ଗୁରୁତ୍ୱପୂର୍ଣ୍ଣ ମିସାଇଲ ପରୀକ୍ଷଣ ହୋଇଛି । ଆଜି ଅପରାହ୍ନ ୩.୫୦ରେ ଉତକ୍ଷେପଣ ହୋଇଛି ମିସାଇଲ । ମିସାଇଲ ପରୀକ୍ଷଣ ପାଇଁ ଲଞ୍ଚ ପ୍ୟାଡ଼ରୁ ୧ରୁ ୩.୫ କିଲୋମିଟର ମଧ୍ୟରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାୟ ୧୧ ହଜାର ୪୪୨ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଥିଲା । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।