ଯୁଦ୍ଧ ଯୋଗୁ ସୁନା-ରୁପା  ଦରରେ ବହୁତ ବଡ଼ ହ୍ରାସ

ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ ଏବଂ ଆମେରିକା ମଧ୍ୟରେ ପୁନଃ ସାମରିକ ଉତ୍ତେଜନା ଏବଂ ଆମେରିକୀୟ ଡଲାର ସୁଦୃଢ଼ ହେବା ଯୋଗୁଁ ଉଭୟ ମୂଲ୍ୟବାନ ଧାତୁ ୧-୩% ହ୍ରାସ ପାଇଛି ।ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ ଜୁନ ୧୦ ତାରିଖରେ (ବୁଧବାର), ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟରେ ₹୪,୦୯୦ ହ୍ରାସ ପାଇ ଭରି ୧.୪୮ ଲକ୍ଷ ଟଙ୍କାରେ ପହଞ୍ଚିଛି।ଯେତେବେଳେ ଅଳଙ୍କାର ପାଇଁ ବ୍ୟବହୃତ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପ୍ରତି ୧,୩୬,୪୫୦ ରୁ ୧,୩୭,୧୬୦ ମଧ୍ୟରେ କାରବାର ହେଉଛି । ସେହିପରି ୧ କିଲୋ ଗ୍ରାମ ରୁପା ମୂଲ୍ୟରେ ୯,୬୫୮ ଟଙ୍କା ହ୍ରାସ ପାଇ କେଜି ୨.୩୬ ଲକ୍ଷ ଟଙ୍କା ହୋଇଛି।ସାଧାରଣତଃ ଯୁଦ୍ଧ ପରିସ୍ଥିତିରେ ସୁନା-ରୁପା ଦର ବଢ଼ିଥାଏ। କିନ୍ତୁ ଏଥର ସ୍ଥିତି ଟିକେ ଅଲଗା ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ନିବେଶକମାନେ ରିସ୍କ ନେବାକୁ ଚାହୁଁ ନାହାନ୍ତି। ତେଣୁ ଅନିଶ୍ଚିତତା ସମୟରେ ଲିକୁଇଡ କ୍ୟାସ୍ ପାଇଁ ସେମାନେ ନଗଦ ସଂଗ୍ରହ କରିବା ପାଇଁ ସେମାନଙ୍କର ସୁନା ଏବଂ ରୂପା ବିକ୍ରି କରୁଛନ୍ତି। ଜାନୁଆରୀ ମାସରେ ମୂଲ୍ୟ ରେକର୍ଡ ସ୍ତରକୁ ପହଞ୍ଚିଥିଲା, ତେଣୁ ବଡ଼ ନିବେଶକମାନେ ଅଧିକ ମୂଲ୍ୟରେ ସେମାନଙ୍କର ଅଂଶଧନ ବିକ୍ରି କରିବା ଆରମ୍ଭ କଲେ, ଯାହା ଫଳରେ ବଜାରରେ ଯୋଗାଣ ବୃଦ୍ଧି ପାଇଲା ଏବଂ ମୂଲ୍ୟ ହ୍ରାସ ପାଇଛି।

You might also like