ମୋଦୀଙ୍କ ନୂଆ ଇତିହାସ : ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ

ସ୍ୱାଧୀନ ଭାରତରେ ସବୁଠୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହରୁଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦେଶର ସବୁଠୁ ଲମ୍ବା କାର୍ଯ୍ୟକାଳ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ବିବେଚିତ ହୋଇଛନ୍ତି । ଜୁନ୍ ୧୦ ତାରିଖରେ ଲଗାତାର ଭାରତର ସର୍ବାଧିକ ଦିନ ପ୍ରଧାନମନ୍ତ୍ରୀ ପଦରେ ଥିବା ବ୍ୟକ୍ତିଙ୍କ ତାଲିକାର ମୋଦୀ ସର୍ବାଗ୍ରେ ପହଞ୍ଚିଛନ୍ତି । ଲଗାତାର ୪ ହଜାର ୩୯୯ ଦିନ ପ୍ରଧାନମନ୍ତ୍ରୀ ପଦରେ ରହି ଆଜି ଏକ ନୂଆ ଇତିହାସ ଲେଖିଛନ୍ତି ମୋଦୀ । ଏହାସତ୍ତ୍ବେ ଭାରତର ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ମୋଟ ସମୟର କାର୍ଯ୍ୟକାଳ ଏବେ ବି ଜବାହାର ଲାଲ ନେହେରୁଙ୍କ ନାଁରେ ରହିଛି । ଭାରତ ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ, ଅଦ୍ବିତୀୟ ନେତା ଭାବେ ନରେନ୍ଦ୍ର ମୋଦୀ ପରିଚିତ ।୨୦୨୪ ଜୁନ ୯ରେ ମୋଦି ଏନ୍‌ଡିଏର ତୃତୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତାଙ୍କ ସରକାରକୁ ୧୨ ବର୍ଷ ପୂରଣ ହୋଇଛି । ମୋଦି ୨୦୧୪ ମେ ୨୬ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଇଥିଲେ । ୩ ଥରର ପ୍ରଧାନମନ୍ତ୍ରୀ, ୧୨ ବର୍ଷ ଧରି ଦେଶର ଶାସନ ଡୋରି ଧରିଛନ୍ତି ମୋଦୀ । ଏହି ଅବଧି ଭିତରେ ଅନେକ ରେକର୍ଡ ଭାଙ୍ଗିଛନ୍ତି, ଇତିହାସ ପୃଷ୍ଠାରେ ଅନେକବାର ନିଜ ନାଁ ଲେଖିଛନ୍ତି । ଏହି ବଡ ଉପଲବ୍ଧି ପାଇଁ ମୋଦୀଙ୍କ ନେତୃତ୍ୱକୁ ସବୁଆଡୁ ଶୁଭେଚ୍ଛା ମିଳୁଛି । ବିଶ୍ୱର ବଡ ବଡ ନେତା ପିଏମଙ୍କୁ ଶୁଭକାମନା ଜଣାଉଛନ୍ତି । ତାଙ୍କର ବିଚାରଧାରାକୁ ଅନେକ ଦେଶ ପ୍ରଶଂସା ମଧ୍ୟ କରୁଛନ୍ତି । ଖାସ୍ କରି ଗ୍ଲାବାଲ ସାଉଥ୍ ରେ ମୋଦୀଙ୍କ ନୀତି ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ।

You might also like