ନିଲମ୍ବନ ପରେ ଚାକିରିରେ ପୁଣି ଯୋଗ ଦେଲେ IAS ଧିମାନ ଚକମା

ରାଜ୍ୟ କାହାଣୀ (ଭୁବନେଶ୍ଵର)ଜେଲ୍‌ରୁ ଫେରିବା ପରେ ପୁଣି ଚାକିରିରେ ଯୋଗ ଦେଲେ ଆଇଏଏସ୍‌ ଧିମାନ ଚକମା । ରାଜସ୍ୱ ବିଭାଗର ଉପ-ସଚିବ ଭାବେ ନିଯୁକ୍ତି ପାଇଛନ୍ତି ଆଇଏଏସ ଧିମାନ ଚକମା ।୨୦୨୧ ବ୍ୟାଚର ଏହି ଆଇଏଏସ ଅଧିକାରୀ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । କଳାହାଣ୍ଡି ଜିଲ୍ଲା ଧର୍ମଗଡର ସବ କଲେକ୍ଟର ଥିବା ବେଳେ ତାଙ୍କ ସରକାରୀ ବାସଭବନରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ଏପରିକି ସର୍ଚ୍ଚ ବେଳେ ତାଙ୍କ ଘରୁ ୪୭ ଲକ୍ଷ ଟଙ୍କାର କ୍ୟାସ ବି ଜବତ ହୋଇଥିଲା।ଭିଜିଲାନ୍ସ ହାତରେ ଗିରଫ ହେବା ପରେ ତାଙ୍କୁ ଚାକିରିରୁ ସସପେଣ୍ଡ କରିଥିଲେ ରାଜ୍ୟ ସରକାର। କିଛି ଦିନ ଜେଲରେ ରହିବା ପରେ ତାଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଥିଲା । ଆଉ ନିଲମ୍ବନ ହଟିବା ପରେ ସେ ଚାକିରିରେ ଯୋଗ ଦେଇଛନ୍ତି। ରାଜସ୍ୱ ବିଭାଗରେ ଉପ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ଧିମାନ ଚକମା । ମେ ମାସ ୨୧ ତାରିଖରେ ନିଯୁକ୍ତି ମିଳିବା ପରେ ଏବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

You might also like