ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା, ଡେମୋ ଦେଖାଇଲେ ଦୁଇ ଅଭିଯୁକ୍ତ
ଭୁବନେଶ୍ୱର (ରାଜ୍ୟକାହାଣୀ )ଗଞ୍ଜାମରେ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ନେଇ ଘଟଣା ସ୍ଥଳରେ ସିନ ରିକ୍ରିଏସନ କଲା ପୋଲିସ । ଘଟଣା ଦିନ କ’ଣ ହୋଇଥିଲା ? ଏମାନଙ୍କର ଭୂମିକା କ’ଣ ଥିଲା? ଅନ୍ୟ ଅପରାଧୀଙ୍କ ଭୂମିକା କ’ଣ ଥିଲା ? ଏନେଇ ଡେମୋ ଦେଖାଇଲେ ଦୁଇ ଅଭିଯୁକ୍ତ । ସୁଧୀର ପାତ୍ରଙ୍କୁ କେମିତି କେମିତି ଅପହରଣ କରିଥିଲା ନେଇ ଡେମୋ ଦେଖାଇଥିଲା ସୁମିତ ସିଂ ସୁନୀଲ ରାଜପୁତ। ଅନ୍ୟଜଣେ ଅଭିଯୁକ୍ତ ମୁକେଶ ସାହୁ ପୁଲିସ ଗାଡ଼ିରେ ବସିଥିଲା। ଅପହରଣ ଓ ହତ୍ୟାକାଣ୍ଡର ଟିକିନିଖୁ ତଥ୍ୟ ସଂଗ୍ରହ କରିଛି ପୁଲିସ। ସଦର ଏସଡ଼ିପି ଓ ସୁଧାଂଶୁ ଶେଖର ପରିଡା ଗୋପାଳପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ଲେଙ୍କାଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।ଗତକାଲି ରାତିରେ ପୋଲିସ ସେମାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି । ୨୫ ତାରିଖ ବିଳମ୍ବିତ ରାତିରେ ପୋଲିସ ସୁଧୀର ହତ୍ୟା ମାମଲା ରେ ସମ୍ପୃକ୍ତ ଥାଇ ଫେରାର ଥିବା ୪ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଆଣୁଥିବା ବେଳେ ରତ୍ନପୁର ଗାଁ ନିକଟରେ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା ପୋଲିସ ଉପରକୁ ଗୁଳି ଫୁଟାଇ ଫେରାର ହୋଇଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୁଳିରେ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।