ଏଥର ଓଡିଶାରେ କମ ବର୍ଷା, ଜୁଲାଇରୁ ଏଲ ନିନୋ ପ୍ରଭାବ

ଭୁବନେଶ୍ୱର (ରାଜ୍ୟକାହାଣୀ )ଜୁନ ମାସରେ ସ୍ବାଭାବିକ ଠାରୁ କମ ବର୍ଷା ନେଇ ଆଶଙ୍କା ପ୍ରକାଶ କରିଛି ଭାରତୀୟ ପାଣିପାଗ ବିଭାଗ ।ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ଜୁଲାଇ ମାସରେ ବର୍ଷାର ପରିମାଣ ଆହୁରି ହ୍ରାସ ପାଇପାରେ। ରାଜ୍ୟରେ ସାମଗ୍ରିକ ମୌସୁମୀ ଏବଂ ବର୍ଷାର ତୀବ୍ରତାକୁ ପ୍ରଭାବିତ କରିବା ନେଇ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ଏଲ୍ ନିନୋ ଯୋଗୁଁ ପାଗରେ ପରିବର୍ତ୍ତନ ଏବଂ ବର୍ଷା ପରିମାଣକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରିଛନ୍ତି ଆଇଏମଡି ଡିଜି ।ଓଡିଶା ସମେତ ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରକୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ଏହି ସମୟରେ ଜନସାଧାରଣଙ୍କୁ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।

You might also like