ବ୍ଲକ୍‌ର କିଛି ଘଣ୍ଟା ପରେ ପୁଣି ଫେରିଲା କକରୋଚ ପାର୍ଟି

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ବୟାନ ବିରୋଧରେ ଆରମ୍ଭ ହୋଇଥିବା କକ୍ରୋଚ ଜନତା ପାର୍ଟି ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସରକାରଙ୍କ ତରଫରୁ ସିଜେପିର “ଏକ୍ସ’ ଆକାଉଣ୍ଟକୁ ଭାରତରେ ବନ୍ଦ କରାଯାଇଛି ।
ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଏହି ସଂଗଠନକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଏନେଇ ସଂଗଠନର ମୁଖ୍ୟ ଅଭିଜିତ୍ ଦିପକେ କହିଛନ୍ତି, ପ୍ରଥମେ ଏହି ଆକାଉଣ୍ଟକୁ ହ୍ୟାକ୍ କରିବାକୁ ଚେଷ୍ଟା କରାଯାଇଥିଲା । ହେଲେ ହ୍ୟାକ୍ କରିବାରେ ବିଫଳ ହେବା ପରେ ଏହାକୁ ବନ୍ଦ କରିଦିଆଯାଇଛି ବୋଲି ଦିପକେ କହିଛନ୍ତି । ତେବେ ବ୍ଲକ ହେବାର କିଛି ଘଣ୍ଟା ଭିତରେ ପୁଣି ଫେରିଛି କକରୋଚ ପାର୍ଟି। ଏହାର ଫାଉଣ୍ଡର ଅଭିଜିତ ଦିପକେ ପୂର୍ବ ଆକାଉଣ୍ଟ ବ୍ଲକ ହେବା ପରେ ପୁଣି ଏକ ନୂଆ ଆକାଉଣ୍ଟ ଖୋଲି ଏକ୍ସରେ ଶେୟାର କରିଛନ୍ତି। ଏଥର ଏହାର ନାଁ ‘Cockroach is Back’ (ସିଜେପି) ​​​​​​​ରଖାଯାଇଛି।

You might also like