ବ୍ରହ୍ମପୁର ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ନବୀନ
ଭୁବନେଶ୍ୱର (ରାଜ୍ୟକାହାଣୀ )ବ୍ରହ୍ମପୁର ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଛନ୍ତି,ଅରାଜକତାର ଭୟଙ୍କର ଚିତ୍ର ଓଡ଼ିଶା ଦେଖୁଛି । ବିଜେପିର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ୍ ଚାଲିଛି । ବ୍ରହ୍ମପୁରର ବିଚ୍ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ପିଟି ପିଟି ମରଣାନ୍ତକ ଆକ୍ରମଣ କରାଯିବାର ଦୃଶ୍ୟ ଅତ୍ୟନ୍ତ ଅମାନୁଷିକ। ସାରା ଓଡ଼ିଶାବାସୀଙ୍କୁ ଏହା ଆତଙ୍କିତ ଓ ବିଚଳିତ କରିଛି।। ଏହା ସହ କହିଛନ୍ତି, ଘଟଣା ଦେଖିଲେ ଲାଗୁଛି ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି। ଭୟଶୂନ୍ୟ ହୋଇ ଅପରାଧିମାନେ ଅତ୍ୟନ୍ତ ନୃଶଂସ କାଣ୍ଡ ଘଟାଉଛନ୍ତି । ପୋଲିସ ପ୍ରଶାସ ଏବଂ ଆଇନ କାନୁନର ବ୍ୟବସ୍ଥା କୁଆଡେ ଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ସୂଚନାମୁତାବକ ବ୍ରହ୍ମପୁର ଗିରି ରୋଡ଼ରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି। ବିଚ୍ ରାସ୍ତାରେ ଜନଗହଳି ପୂର୍ଣ୍ଣ ରାସ୍ତାରେ ତଳେ ପକାଇ ନିର୍ଧୁମ ପିଟିଲେ ଦୁର୍ବୁତ୍ତମାନେ। ଯୁବକଙ୍କୁ ବଞ୍ଚାଇବା ପାଇଁ ସେଠାରେ ଥିବା ଯୁବତୀ ଜଣକ ଚେଷ୍ଟା କରୁଥିବା ଭିଜୁଆଲରୁ ଦେଖାଯାଉଛି। ତେବେ ଅତି ନୃଶଂସ ଭାବେ, ନିର୍ମମ ଭାବେ ୨ ଦୁର୍ବୃତ୍ତ ଠେଙ୍ଗାରେ ମାଡ଼ ମାରି ଚାଲିଥିବା ଦେଖାଯାଉଛି। ଏହି ଭିଜୁଆଲରେ ଦେଖାଯାଉଥିବା ବ୍ୟକ୍ତିମାନଙ୍କର ପରିଚୟ ମଧ୍ୟ ମିଳିନାହିଁ।ପୋଲିସ ଘଟଣାର ତଦନ୍ତ କରୁଛି । ଗୁରୁତର ଯୁବକ ଜଣକ ଉମେଶ ରଥ ବୋଲି ଜଣା ପଡିଛି। ସେ ପୂର୍ବରୁ ଏକ ମାମଲାରେ ଜେଲ ଯାଇଥିବା ବେଳେ ଏବେ ଜେଲରୁ ଫେରିଥିଲା। ପୂର୍ବ ଶତ୍ରୁତାକୁ ନେଇ ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି ।