ଆହୁରି ୧୫ ଦିନ ପର୍ଯ୍ୟନ୍ତ ଦିନରେ ଖରା, ରାତିରେ ଗୁଳୁଗୁଳି

ଭୁବନେଶ୍ୱର (ରାଜ୍ୟକାହାଣୀ )ପ୍ରବଳ ଗ୍ରୀଷ୍ମ ତାପରେ ଜଳୁଛି ସାରା ଓଡ଼ିଶା। ପଶ୍ଚିମରୁ ଉପକୂଳ ସବୁଠି ଅସହ୍ୟ ତାତି ସହ କଲବଲ କରୁଛି ଗୁଳୁଗୁଳି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ ଆସନ୍ତା ୧୫ ଦିନ ଛଟପଟ କରିବ ସାରା ଓଡ଼ିଶାକୁ । ପଶ୍ଚିମରୁ ଉପକୂଳ, ଆଭ୍ୟନ୍ତରୀଣ ସବୁ ଅଞ୍ଚଳ ଧୁ ଧୁ ଖରା, ଝାଞ୍ଜି ମାଡ଼ରେ ଜଳିବ ।ଆସନ୍ତା ୫ଦିନ ଅର୍ଥାତ୍‌ ୨୩ ତାରିଖ ପର୍ଯ୍ୟନ୍ତ ୧୪ ଜିଲା ଯଥା- ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଅନୁଗୋଳ, ବୌଦ୍ଧ, ସୁନ୍ଦରଗଡ଼, ଗଞ୍ଜାମ ଓ ଗଜପତି ଜିଲାକୁ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅପରପକ୍ଷେ ଆଗାମୀ ୬ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।

You might also like