ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର (ରାଜ୍ୟକାହାଣୀ )SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ ପ୍ରକାଶ କରିଛନ୍ତି।ଓଡ଼ିଶାରେ ଏସଆଇପିର ଚାହିଦା ବଢ଼ିଛି। ୧୦ ବର୍ଷରେ ୧୦ ଗୁଣା ଅଧିକ SIP ଇନଭେଷ୍ଟମେଣ୍ଟ ବୃଦ୍ଧି ପାଇଛି। ହେଲେ ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ଏବେବି ଓଡ଼ିଶା ପଛରେ ରହିଛି। ଏହାକୁ ବୃଦ୍ଧି କରିବା ପାଇଁ ସେବି ଅଣ୍ଟା ଭିଡ଼ିଛି। ଓଡ଼ିଶାରେ ମୁନିସିପାଲିଟି ବଣ୍ଡକୁ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କୁ ସେବି ପକ୍ଷରୁ ପରାମର୍ଶ ଦିଆଯାଇଛି। ଦେଶରେ ୩୪ ଟି ସହରରେ ଏହି ବଣ୍ଡ୍ ଆରମ୍ଭ ହୋଇଛି, ଆଗକୁ ଏହାର ଚାହିଦା ବୃଦ୍ଧି ପାଇବ। ତେଣୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାରଙ୍କୁ ଏହି ବଣ୍ଡ୍ ଆରମ୍ଭ କରିବା ପାଇଁ ସେବି ପକ୍ଷରୁ ପରାମର୍ଶ ଦିଆଯାଇଛି । ଓଡ଼ିଶାରେ ଲୋକଙ୍କ ଆଗ୍ରହ ସୃଷ୍ଟି ହୋଇଥିବାରୁ ନିବେଶକୁ ବୃଦ୍ଧି କରିବା ସହ ଏଥିରେ ହେଉଥିବା ଅନିୟମିତତାକୁ ରୋକିବା ପାଇଁ ଖୁବଶୀଘ୍ର ଭୁବନେଶ୍ୱରରେ ସେବିର ବ୍ରାଞ୍ଚ କାର୍ଯ୍ୟଳୟ ଆରମ୍ଭ ହେବାକୁ ଯାଉଛି। ଆଜି ସେନେଇ ଏକ ଏମଓୟୁ ସ୍ବାକ୍ଷର ହେଉଥିବା ବେଳେ କିଛି ମାସ ମଧ୍ୟରେ ତାହା ଆରମ୍ଭ ହେବ ବୋଲି ସେବି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

You might also like