ଗତକାଲି ଏକ୍ସପ୍ରେସ୍ ଆଜି ଜଳିଲା ପାସେଞ୍ଜର ଟ୍ରେନ୍, ଜୀବନ ବିକଳରେ ଟ୍ରେନ୍ରୁ ଡେଇଁଲେ ଯାତ୍ରୀ
ଗତକାଲି ଏକ୍ସପ୍ରେସ୍ ଆଜି ଜଳିଲା ପାସେଞ୍ଜର ଟ୍ରେନ୍ । ସକାଳୁ ସକାଳୁ ବଡ଼ ଅଘଟଣ ଘଟିଛି । ବିହାରର ରୋହତାସ ଜିଲ୍ଲା ସାସାରାମ ରେଳ ଷ୍ଟେସନରେ ଆତଙ୍କ ଖେଳିଯାଇଛି । ଭାବୁଆ-ସାସାରାମ ଇଣ୍ଟରସିଟି ଏକ୍ସପ୍ରେସରେ ହଠାତ୍ ନିଆଁ ଲାଗିଛି । ଫଳରେ ଷ୍ଟେସନ୍ ପରିସରରେ ଆତଙ୍କ ଖେଳିଯାଇଛି । ଜୀବନ ବିକଳରେ ଟ୍ରେନ୍ରୁ ଡେଇଁ ପଡିଛନ୍ତି ଯାତ୍ରୀ ।ଘଟଣାର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଆଜି ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଘଟିଥିଲା । ଇଞ୍ଜିନ୍ ପାର୍ଶ୍ୱର ପଞ୍ଚମ କୋଚ୍ ରେ ହଠାତ୍ ନିଆଁ ଲାଗିଯାଇଥିଲା ।ନିଆଁ ବ୍ୟାପିବାରୁ ଗୋଟିଏ କୋଚ୍ ଜଳି ପାଉଁଶ ହୋଇଯାଇଥିଲା । ନିଆଁକୁ ନିୟନ୍ତ୍ରଣ କରାଯିବା ପରେ, ଜଳିଯାଇଥିବା ବଗିକୁ ବାହାର କରି ଟ୍ରେନ୍ ର ଧାର୍ଯ୍ୟ ଯାତ୍ରା ସମୟକୁ ପରିବର୍ତ୍ତନ କରାଯାଇ ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ ଟ୍ରେନ୍ କୁ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଯାଇଛି ।