ଆସନ୍ତାକାଲି ଓଡିଶା ଆସିବେ ନିତିନ ନବୀନ
ଭୁବନେଶ୍ୱର (ରାଜ୍ୟକାହାଣୀ )କାଲି ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ । କାଲି ରାତି ୧୦ଟା ୩୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଦଳର ସର୍ବୋଚ୍ଚ ପଦବୀ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଏହି ଗସ୍ତକୁ ନେଇ ରାଜ୍ୟ ବିଜେପି ଶିବିରରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି ।ଜଟଣୀଠାରେ ଆୟୋଜିତ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପ୍ରଶିକ୍ଷଣ ଶିବିରକୁ ସେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ । ଏହା ପରେ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିବେ । ପୁରୀରୁ ଫେରିବା ପରେ ଭୁବନେଶ୍ୱରଠାରେ ବିଜେପି କୋର୍ କମିଟି, ରାଜ୍ୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଏବଂ ଦଳର ମନ୍ତ୍ରୀମାନଙ୍କ ସହ ସେ ବିସ୍ତୃତ ଆଲୋଚନା କରିବେ।। ୧୮ ତାରିଖ ରାତିରେ ଦିଲ୍ଲୀ ଫେରିବା ନେଇ ଦଳୀୟ ମୁଖପାତ୍ର ସୂଚନା ଦେଇଛନ୍ତି ।