ତରଭୁଜ ଖାଇ ଗଲା ଜୀବନ, ଜଣେ ମୃତ, ୪ ଗୁରୁତର
ରାଜ୍ୟ କାହାଣୀ (ଭୁବନେଶ୍ଵର)କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁପୁଣି ଗାଁରେ ତରଭୁଜ ଖାଇ ଗୋଟିଏ ପରିବାରର ଦୁଇ ଶିଶୁ ସମେତ ୫ ଅସୁସ୍ଥ ହୋଇ ପଡ଼ିଥିଲେ l ଅସୁସ୍ଥ ମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ପରେ ଜଣେ ନାବାଳକଙ୍କର କଟକରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ମୃତ ଶିଶୁ ପଞ୍ଚାନନ ସେନାପତିଙ୍କ ଏକମାତ୍ର ପୁଅ ସ୍ଵାଧୀନ ସେନାପତି ବୋଲି ଜଣାପଡିଛି l ଏହି ଘଟଣା ଏବେ କେନ୍ଦ୍ରାପଡାରେ ଚାଞ୍ଚଲ୍ୟ ଖେଲାଇ ଦେଇଛି।ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁପୁଣି ଗାଁର ମଳୟ ସେନାପତି ଗଣ୍ଡାଖିଆରୁ ୪ କିଲୋ ତରଭୁଜ ଘରକୁ କିଣି ନେଇଥିଲେ l ପରିବାର ଲୋକେ ତରଭୁଜ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ l ପରେ ପରେ ଅସୁସ୍ଥ ମାନଙ୍କର ବାନ୍ତି ଓ ପତଳା ଝାଡ଼ା ହୋଇଥିଲା l ପରିବାରର ୫ ଜଣ ଅସୁସ୍ଥ ହୋଇ ପଡିଥିଲେ l