ମା’ ହେବ ମରାଠା ବାଘୁଣୀ ଜିନ୍ନତ

ରାଜ୍ୟ କାହାଣୀ (ଭୁବନେଶ୍ଵର)ମହାରାଷ୍ଟ୍ର ତଡ଼ଭା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ୩ ବର୍ଷିୟା ବାଘୁଣୀ ଏବେ ଗର୍ଭବତୀ ଅଛନ୍ତି।ବନବିଭାଗ ସୂଚନା ମୁତାବକ, ସୁଦୂର ମହାରାଷ୍ଟ୍ରରୁ ଆସିଥିବା ଜିନ୍ନତକୁ ଜାନୁଆରୀ ପହିଲାରୁ ଯମୁନାଗଡ଼ସ୍ଥିତ ‘ସ୍ୱତନ୍ତ୍ର ଏନକ୍ଲୋଜର’ରେ ଛଡ଼ାଯାଇଥିଲା। ସ୍ୱତନ୍ତ୍ର ଡାକ୍ତରୀ ଦଳ ବାଘୁଣୀର ଗତିବିଧି ଓ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖୁଥିଲେ। ଦେଢ଼ ମାସେ ତଳେ ବାଘୁଣୀକୁ ଏନ୍‌କ୍ଲୋଜରରୁ ଜଙ୍ଗଲକୁ ଛଡ଼ାଯାଇଛି। ଏହାପରେ ବାଘୁଣୀଟି ଯମୁନାଗଡ଼ଠାରୁ ଗୁଡୁଗୁଡିଆ ଜଙ୍ଗଲରେ ଘୂରି ବୁଲୁଛି। ସୁବର୍ଣ୍ଣରେଖା ନଦୀ ପହଁରି ଝାଡ଼ଖଣ୍ଡ ମୁହାଁ ହୋଇନାହିଁ କି ଅନ୍ୟ ରାଜ୍ୟ ସୀମା ଡେଇଁନାହିଁ। ଏହି ୨୫-୩୦ ବର୍ଗକିମି ଇଲାକାକୁ ଜିନ୍ନତ ନିଜର ଭାବେ ବାଛି ନେଇଛି । ତେବେ ଶିମିଳିପାଳ ଅଭୟାରଣ୍ୟର ଜଣାଶୁଣା ମହାବଳ ‘ଟି-୧୨’ ସହ ସମ୍ପର୍କ ହୋଇଛି।

You might also like