ଫାଇଲ୍ ବୁହା କାମରୁ ହଟିବେ ସିପାହୀ, ମେ’ ୩୧ ସୁଦ୍ଧା ବାଟାଲିୟନ୍‌କୁ ଫେରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (ରାଜ୍ୟକାହାଣୀ )ଅମଲା କାମରୁ ହଟିବେ ସୁରକ୍ଷାକର୍ମୀ। ପୋଲିସ ମୁଖ୍ୟାଳୟରୁ ଆରମ୍ଭ କରି ବିଭିନ୍ନ ୟୁନିଟରେ ଅମଲା କାମରେ ନିୟୋଜିତ ଥିବା ସିପାହୀମାନେ ହଟିବେ। ଏ ନେଇ ପୋଲିସ ଡିଜି ନିର୍ଦ୍ଦେଶ ଜାରି କରିଛନ୍ତି। ଆର୍ମଡ ବାଟାଲିୟନରୁ ଦୀର୍ଘ ଦିନ ଧରି ଡେପୁଟେସନରେ ଆସିଥିବା ସିପାହୀଙ୍କୁ ଆସନ୍ତା ୩୧ ତାରିଖ ସୁଦ୍ଧା ସେମାନଙ୍କ ମୂଳ ବାଟାଲିୟନଙ୍କୁ ଫେରାଇ ଦେବା ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଧାର୍ୟ୍ୟ ସମୟ ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ଫେରାଇବା ସହ ଏବାବଦରେ ଆଇଜି ପର୍ସୋନେଲଙ୍କୁ ଅବଗତ କରିବାକୁ ସମସ୍ତ ଏଡିଜି, ଆଇଜି, ଡିଆଇଜି ଓ ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ସୂଚନାମୁତାବକ ଆଇନ ଶୃଙ୍ଖଳା ଓ ବିଭିନ୍ନ ସର୍ଚ୍ଚ ଅପରେସନ୍ ଆଦି କାର୍ଯ୍ୟ ପାଇଁ ନିୟୋଜିତ ଆର୍ମଡ୍ ପୁଲିସ ତଥା ବନ୍ଧୁକଧାରୀ ପୁଲିସ ରାଜ୍ୟ ପୁଲିସ ମୁଖ୍ୟାଳୟଠାରୁ ଆରମ୍ଭ କରି ଡିଜିଙ୍କ କ୍ୟାମ୍ପ୍ ଅଫିସ୍, ବିଭିନ୍ନ ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍, କମାଣ୍ଡାଣ୍ଟ୍‌ର ଅଫିସ୍‌ରେ ଫାଇଲ୍‌ପତ୍ର ନେବା ଆଣିବା ସହ ଡିଟିପି, ଚିଠି ଦିଆନିଆ ଆଦି ଅମଲା କାର୍ଯ୍ୟରେ ନିୟୋଜିତ ରହୁଛନ୍ତି । ସିପାହୀ, କନଷ୍ଟେବଲ୍, ହାବିଲ୍‌ଦାର୍ ମିଶି ୫ଶହରୁ ଅଧିକ ୧୦/୧୫ ବର୍ଷ ହେଲା ଡେପୁଟେସନ୍‌ରେ ଆସି ଅମଲାଙ୍କ ପାଖରେ ନିୟୋଜିତ ଅଛନ୍ତି ।

You might also like