ଆଜିଠୁ 20 ଜିଲ୍ଲାରେ ରବି ଧାନ ସଂଗ୍ରହ ଆରମ୍ଭ

ଆଜିଠୁ 20 ଜିଲ୍ଲାରେ ରବି ଧାନ ସଂଗ୍ରହ ଆରମ୍ଭ ହୋଇଛି। ଏଥିପାଇଁ ପଂଜୀକରଣ କରିଛନ୍ତି ୩ ଲକ୍ଷ ୭୫ ହଜାର ୫୫୬ ଜଣ ଚାଷୀ।ରାଜ୍ୟରେ ୨୦ ଲକ୍ଷ ମେଟ୍ରିକ ଟନ୍ ରବି ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ରବି ଧାନ କିଣିବାର ସମୟ ସୀମା ମେ’ ୧ରୁ ଆରମ୍ଭ ହୋଇ ଜୁନ୍ ୩୦ରେ ସରିବ। ।ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ୧୪ ତାରିଖରୁ ଭିନ୍ନ ଭିନ୍ନ ତାରିଖରେ ଧାନ ସଂଗ୍ରହ କରିବାକୁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ନିଷ୍ପତ୍ତି ନେଇଛି। ଭାଗ ଚାଷୀଙ୍କ ସମେତ କ୍ଷୁଦ୍ର, ନାମ ମାତ୍ର ଚାଷୀ ଓ ପ୍ରକୃତ ଚାଷୀମାନେ ଯେପରି ଉପକୃତ ହେବେ, ସେଥିପାଇଁ ରାଜ୍ୟସ୍ତରୀୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାସ୍ତରରେ ରାଜସ୍ବ, ସମବାୟ, ପୁଲିସ୍, ପରିବହନ, କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅଧିକାରୀଙ୍କ ସହିତ ସମନ୍ବୟ କରି ଧାନ ସଂଗ୍ରହ କାର୍ଯ୍ୟ ହେବ। ଜିଲ୍ଲାସ୍ତରରେ ଏନଫୋର୍ସମେଣ୍ଟ ସ୍ଟାର୍ଡ ନିୟମିତ ଭାବେ ଧାନ ସଂଗ୍ରହ ପରିଚାଳନା ତଦାରଖ କରିବେ । ବାହାରୁ ଯେପରି ଅନଧୂକୃତ ଭାବେ ଧାନ ପ୍ରବେଶ ନ କରେ, ସେଥ‌ିପାଇଁ ରାଜ୍ୟ ସୀମାରେ ଯଞ୍ଚକୁ କଡ଼ାକଡ଼ି କରାଯିବ । ବିଭିନ୍ନ ଜିଲ୍ଲାରେ ମୋଟ ୨୪୭୨ ଜଣ ମଣ୍ଡି ନୋଡାଲ ଅଧିକାରୀ ନିୟୋଜିତ ହୋଇଛନ୍ତି।

You might also like