ରାଜଧାନୀରେ ପୁଣି ଲଜ୍ଜା । ବୟଫ୍ରେଣ୍ଡ ରୁମ୍‌ରେ ଗର୍ଲଫ୍ରେଣ୍ଡକୁ ଗଣ ଦୁଷ୍କର୍ମ

ଭୁବନେଶ୍ୱର (ରାଜ୍ୟକାହାଣୀ )ବାଲିଅନ୍ତା ଘଟଣା ମନରୁ ନଲିଭୁଣୁ ରାଜଧାନୀରୁ ଆସିଛି ପୁଣି ଏକ ଲଜ୍ଜାଜନକ ଘଟଣା।ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ ଅଭିଯୋଗ। ଚାରି ଜଣ କଲେଜ ଛାତ୍ର ମିଶି ଦୁଷ୍କର୍ମ କରିଥିବାର ହୋଇଛି ଅଭିଯୋଗ । ଭୁବନେଶ୍ବରର ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ବୟଫ୍ରେଣ୍ଡ୍ ରୁମରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବାର ସାଂଘାତିକ ଅଭିଯୋଗ ହୋଇଛି ।ପୀଡିତା ଜଣକ ଏକ ଘରୋଇ କଲେଜର ଛାତ୍ରୀ ହୋଇଥିବା ଜଣାପଡିଛି। ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରୁଛି କମିଶନରେଟ୍ ପୋଲିସ ।

You might also like