ଆଶାୟୀଙ୍କ ପାଇଁ ଖୁସି ଖବର । ଜୁନ୍ ମାସରେ ହେବ ଓଟିଇଟି ପରୀକ୍ଷା

ଭୁବନେଶ୍ୱର (ରାଜ୍ୟକାହାଣୀ )ଆଶାୟୀଙ୍କ ପାଇଁ ଖୁସି ଖବର । ଜୁନ୍ ମାସରେ ହେବ ଓଟିଇଟି ପରୀକ୍ଷା ପ୍ରଥମେ ପେପର-୧ ସକାଳ ୯ଟାରୁ ୧୧.୩୦ ଏବଂ ପେପର-୨ ପରୀକ୍ଷା ଅପରାହ୍ଣ ୨ଟାରୁ ୪.୩୦ ପର୍ଯ୍ୟନ୍ତ ହେବ। ଜୁନ୍‌ ୯ରୁ ବୋର୍ଡ ୱେବ୍‌ସାଇଟ୍‌ www.bseodisha.nic.in. ରେ ଆଡମିଟ୍‌ କାର୍ଡ ଉପଲବ୍ଧ ରହିବ। ଆଶାୟୀମାନେ ସେଠାରୁ ଡାଉନ୍‌ଲୋଡ କରିବା ନେଇ ବୋର୍ଡ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ଜାରି କରାଯାଇଛି।ତେବେ ପରୀକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ବୋର୍ଡ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଏପିରିକି ପରୀକ୍ଷା ସେଣ୍ଟରକୁ ଯିବା ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ତନତନ କରି ଯାଞ୍ଚ କରାଯିବ । ସମସ୍ତ ପ୍ରଶ୍ନପତ୍ରକୁ ଷ୍ଟ୍ରଙ୍ଗ ରୁମ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ।

You might also like