ଆସ୍ଥା ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀ ବିଜୟ

ତାମିଲନାଡ଼ୁରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ବାଧୀନ ଟିଭିକେ ବୁଧବାର ବିଧାନସଭାରେ ବହୁମତ ପ୍ରମାଣିତ କରିଛି। ଗୃହରେ ଡିଏମ୍‌କେ ସପକ୍ଷରେ ୧୪୪ ଭୋଟ ପଡ଼ିଥିବାବେଳେ, ୨୨ଟି ଭୋଟ ବିରୋଧରେ ପଡ଼ିଥିଲା। କଂଗ୍ରେସ, ସିପିଆଇ(ଏମ୍), ଭିସିକେ ଏବଂ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମଏଲ) ଆସ୍ଥା ଭୋଟରେ ବିଜୟଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସମର୍ଥନ କରିଥିଲେ। କଂଗ୍ରେସ ଏହାର ପାଞ୍ଚ ବିଧାୟକଙ୍କ ସହିତ ସରକାରଙ୍କୁ ସମର୍ଥନ କରିଥିବା ବେଳେ, ସିପିଆଇ(ଏମ୍), ଭିସିକେ ଏବଂ ଆଇୟୁଏମଏଲ ଦୁଇଜଣ ଲେଖାଏଁ ବିଧାୟକ ଯୋଗଦାନ କରିଥିଲେ। ବହିଷ୍କୃତ ଆମ୍ମା ମକ୍କଲ୍ ମୁନେଟ୍ରା କାଝାଗମ (ଏଏମଏମକେ) ବିଧାୟକ ଏସ କାମରାଜ ମଧ୍ୟ ସରକାରଙ୍କ ସପକ୍ଷରେ ଭୋଟ ଦେଇଥିଲେ। ଯାହା ମେଣ୍ଟ ସରକାରଙ୍କ ସଂଖ୍ୟା ୧୨୧ ଆସନରୁ ବହୁତ ଅଧିକ ରହିଛି।

You might also like