ସୁନା ଏବଂ ରୂପା ଉପରେ ଆମଦାନୀ ଶୁଳ୍କ ୬% ରୁ ୧୫% ବୃଦ୍ଧି ପରେ ବଢିଲା ଦାମ୍ 

ଆମଦାନୀ ଶୁଳ୍କ ବୃଦ୍ଧି ପରେ ଦେଶରେ ହାଇଜମ୍ପ ମାରିଛି ସୁନା ଦର। ୨୪ କ୍ୟାରେଟ ସୁନାଦର ଏକାଥରକେ ୧୩,୯୧୦ ଟଙ୍କା ବୃଦ୍ଧି ପାଇଛି। ୨୪ କ୍ୟାରେଟ ସୁନାଦର ୧ଲକ୍ଷ ୬୭ ହଜାର ୮୯୦ ଟଙ୍କା ହୋଇଛି। ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୨,୭୫୦ ଟଙ୍କା ବୃଦ୍ଧି ପାଇଛି। ୨୨ କ୍ୟାରେଟ ସୁନା ଦର ହେଲା ୧ଲକ୍ଷ ୫୩ ହଜାର ୯୦୦ ଟଙ୍କା ହୋଇଛି।, ରୂପା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁର ଆମଦାନୀ ଉପରେ ସୀମା ଶୁଳ୍କ ୬ରୁ ୧୫%କୁ ବୃଦ୍ଧି କରାଯାଇଛି। ବିଦେଶୀ କ୍ରୟକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ସରକାର ସୁନା ଓ ରୂପା ଆମଦାନି ଉପରେ ୧୦% ମୌଳିକ କଷ୍ଟମ୍ସ ଡ୍ୟୁଟି ଲଗାଇଛନ୍ତି। ଯାହା ଫଳରେ ପ୍ରଭାବୀ ଆମଦାନି ଶୁଳ୍କ ୬% ରୁ ବଢ଼ି ୧୫% ହୋଇଛି । ସରକାର କେବଳ ଆମଦାନୀ ଶୁଳ୍କ ବଢାଇନାହାନ୍ତି ବରଂ ସୁନା ଓ ରୁପା ଆମଦାନୀ ଉପରେ ୫ ପ୍ରତିଶତ କୃଷି ଭିତ୍ତିଭୂମି ଓ ବିକାଶ ସେସ୍‌ ମଧ୍ୟ ଲାଗୁ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିର ପ୍ରଭାବ ସାଧାରଣ ଗ୍ରାହକଙ୍କ ଉପରେ ମଧ୍ୟ ପଡିବ।ଆମଦାନୀ ଶୁଳ୍କ ବୃଦ୍ଧି କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ବିଶ୍ୱର ଦ୍ୱିତୀୟ ସର୍ବବୃହତ ଗ୍ରାହକ ବଜାରରେ ମୂଲ୍ୟବାନ ଧାତୁ ପାଇଁ ଚାହିଦାକୁ କମ କରିପାରେ। ତଥାପି ଏହି ପଦକ୍ଷେପ ଭାରତର ବାଣିଜ୍ୟ ନିଅଣ୍ଟକୁ ହ୍ରାସ କରିବାରେ ସାହାଯ୍ୟ କରିପାରେ ଏବଂ ଟଙ୍କାକୁ ସମର୍ଥନ ଯୋଗାଇପାରେ। ବର୍ତ୍ତମାନ ଭାରତୀୟ ମୁଦ୍ରା ଟଙ୍କା ଏସିଆର ସବୁଠାରୁ ଖରାପ ପ୍ରଦର୍ଶନ କରୁଥିବା ମୁଦ୍ରା ମଧ୍ୟରୁ ଗୋଟିଏ।

You might also like