ନିଜର ବ୍ୟକ୍ତିଗତ ଜ୍ୟୋତିଷଙ୍କୁ OSD ଦାୟିତ୍ବରେ ନିଯୁକ୍ତ କଲେ ବିଜୟ

ତାମିଲନାଡ଼ୁ ରାଜନୀତିରେ ଏବେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଅଭିନେତାରୁ ଜନନେତା ପାଲଟିଥିବା ଥଲାପତି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବା ଆରମ୍ଭ କରିଛନ୍ତି । ନିଜର ବ୍ୟକ୍ତିଗତ ଜ୍ୟୋତିଷ ରାଧନ ପଣ୍ଡିତ ଭେଟ୍ରିଭେଲଙ୍କୁ ତାମିଲନାଡୁ ସରକାରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରିଛନ୍ତି ବିଜୟ । ବିଜୟ ରାଧନ ପଣ୍ଡିତଙ୍କୁ ଓଏସଡି ପଦବୀରେ ନିଯୁକ୍ତି ଦେଇଛନ୍ତି । ରାଧନ ପଣ୍ଡିଜ ବିଜୟଙ୍କ ନିର୍ବାଚନ ବିଜୟ ପାଇଁ ଭବିଷ୍ୟବାଣୀ କରିଥିଲେ ।

ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ TVK ବିପୁଳ ବିଜୟ ପରେ ରାଧନ ପଣ୍ଡିତ ଭେଟ୍ରିଭେଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କାର୍ଯ୍ୟ ଅଧିକାରୀ ବା Officer on Special Duty (OSD) ଭାବରେ ନିଯୁକ୍ତ କରାଯାଇଛି । ସରକାରଙ୍କ ପକ୍ଷରୁ ଏହି ନିଯୁକ୍ତି ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରାଯାଇଛି ।ବେଟ୍ରିଭେଲ୍ ତାମିଲନାଡୁର ଜଣେ ପ୍ରତିଷ୍ଠିତ ଜ୍ୟୋତିଷ ଓ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ । ଗତ ୪୦ ବର୍ଷ ଧରି ସେ ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଅନେକ ବଡ଼ ବଡ଼ ନେତାଙ୍କ ଭାଗ୍ୟ ଗଣନା କରିଆସୁଛନ୍ତି । କୁହାଯାଏ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ମଧ୍ୟ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ବେଟ୍ରିଭେଲ୍‌ଙ୍କ ସହ ପରାମର୍ଶ କରୁଥିଲେ । ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ ଟିଭିକେ ବିଜୟୀ ହେବ ବୋଲି ସେ ବହୁ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ । ତାଙ୍କ ବ୍ୟତୀତ କେବଳ ‘ଆକ୍ସିସ ମାଇଁ ଇଣ୍ଡିଆ’ର ପ୍ରଦୀପ ଗୁପ୍ତା ହିଁ ଏହି ସଫଳତାର ସଠିକ୍ ଆକଳନ କରିପାରିଥିଲେ ।

You might also like