ପୁଣି ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନା କିଣିବାକୁ ଲୋକଙ୍କୁ ନିବେଦନ କରିବା ସତ୍ତ୍ୱେ , ଆଜି ମେ ୧୨ ତାରିଖରେ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି । ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ ଅନୁଯାୟୀ, ଏକ କିଲୋଗ୍ରାମ ରୂପାର ମୂଲ୍ୟ ୧୧ ହଜାର ୬୨୦ ବୃଦ୍ଧି ପାଇ ୨ ୬୭ ହଜାର ୮୨୦ ଟଙ୍କା ହୋଇଛି । ପୂର୍ବରୁ ସୋମବାର ଏହାର ମୂଲ୍ୟ କିଲୋଗ୍ରାମ ପ୍ରତି ୨ ଲକ୍ଷ ୫୬ ହଜାର ଥିଲା । ସେହିପରି ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟରେ ୧ ଲକ୍ଷ ୫୧ ହଜାର ୯୫୪ରେ ପହଞ୍ଚିଛି । ଯାହା ମେ ୧୧ ତାରିଖରେ ୧ ଲକ୍ଷ ୫୦ ହଜାର ୩୬୨ ଥିଲା ।

You might also like