ପେଟ୍ରୋଲ ଓ ଡିଜେଲକୁ ନେଇ ଆସିଲା ନିର୍ଦ୍ଦେଶ, ଲିମିଟ୍ ଠାରୁ ପକାଇ ପାରିବେନି ଅଧିକ ତେଲ
ଭୁବନେଶ୍ୱର (ରାଜ୍ୟକାହାଣୀ )ଭୁବନେଶ୍ୱରରେ ତେଲକୁ ନେଇ ଦେଖାଦେଇଛି ସମସ୍ୟା।ପେଟ୍ରୋଲ ଓ ଡିଜେଲକୁ ନେଇ ଟାଙ୍କିମାନଙ୍କୁ ଆସିଛି ନିର୍ଦ୍ଦେଶ। ଚାରି ଚକିଆ ବାହାନକୁ ୪୫ ରୁ ୫୦ ଲିଟର ପର୍ଯ୍ୟନ୍ତ ତେଲ ଦିଆଯିବ । ତା ଠାରୁ ଅଧିକ କାହାକୁ ତେଲ ନ ଦେବା ପାଇଁ ନିର୍ଦ୍ଦେଶ ହୋଇଛି । ତେବେ ବସ ଓ ଟ୍ରକମାନଙ୍କୁ ୪୦୦ରୁ ୫୦୦ ଲିଟର ଡିଜେଲରୁ ଅଧିକ ଦିଆଯିବ ନାହିଁ । ଯଦି କୌଣସି ଟାଙ୍କି ଅଧିକ କେଉଁ ଗାଡିକୁ ଦେଉଛନ୍ତି ତେବେ ଟାଙ୍କି ଲକ୍ ହେଇଯାଉଛି। ତେଣୁ ଏହି ନିୟମକୁ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି।