ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡ ମାମଲା : ଅଯୋଧ୍ୟାରୁ ୩ ସାର୍ପ ସୁଟର ଗିରଫ, ଆଜି କୋଲକତା କୋର୍ଟରେ କରାଯିବ ହାଜର

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ଅଯୋଧ୍ୟାରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ହେପାଜତକୁ ନିଆଯାଇଥିବା ସନ୍ଦିଗ୍ଧମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ହେଉଛି ରାଜ ସିଂ । ସୂଚନା ଅନୁଯାୟୀ, ରାଜ ସିଂ ମୂଳତଃ ବଲିଆର ବାସିନ୍ଦା ହୋଇଥିବା ବେଳେ ସେ ବିହାରର ବକ୍ସର ଅଞ୍ଚଳରେ ରହୁଥିଲା । ହତ୍ୟାକାଣ୍ଡ ପରେ ସେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆତ୍ମଗୋପନ କରିଥିଲା । କୋଲକାତା ପୁଲିସ ଏବଂ ଅଯୋଧ୍ୟା ପୁଲିସର ଏକ ମିଳିତ ଅପରେସନରେ ତାକୁ କାବୁ କରାଯାଇ କୋଲକାତା ଅଣାଯାଇଛି । ଏହି ପେସାଦାର ହତ୍ୟାକାଣ୍ଡର ତଦନ୍ତ କରୁଥିବା ବେଳେ ପୁଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିଲା । ହତ୍ୟା ପୂର୍ବରୁ ଅପରାଧୀମାନେ ବ୍ୟବହାର କରୁଥିବା କାର୍ ଯେତେବେଳେ ହାଓଡ଼ାର ବାଲି ଟୋଲ୍ ପ୍ଲାଜା ଅତିକ୍ରମ କରିଥିଲା, ସେଠାରେ ସେମାନେ ନଗଦ ଟଙ୍କା କିମ୍ବା ଫାସଟ୍ୟାଗ୍ ବଦଳରେ UPI ମାଧ୍ୟମରେ ଟୋଲ୍ ଦେୟ ପୈଠ କରିଥିଲେ । ଏହି ଗୋଟିଏ ଡିଜିଟାଲ୍ ଟ୍ରାଞ୍ଜାକସନ୍ ପୋଲିସକୁ ହତ୍ୟାକାରୀଙ୍କ ମୋବାଇଲ୍ ନମ୍ବର ଏବଂ ବ୍ୟାଙ୍କ୍ ଡିଟେଲ୍ସ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲା ।ସୂଚନାଯୋଗ୍ୟ, ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମରେ ଗୁଳିକରି ହତ୍ୟା କରାଯାଇଥିଲା । ଗୁଳିମାଡ଼ରେ ଚନ୍ଦ୍ରନାଥଙ୍କ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଥିଲେ । ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମରେ ଚନ୍ଦ୍ରନାଥଙ୍କୁ ଅତି କମରେ ୩ଟି ଗୁଳି ବାଜିଥିଲା । ରଥଙ୍କ ଛାତି, ପେଟ ଏବଂ ମୁଣ୍ଡରେ ୩ଟି ଗୁଳି ବାଜିଥିଲା । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

You might also like