ମହାନଦୀ ବିବାଦ ଆଉ ଜଟିଳ ନାହିଁ,ସମାଧାନ ଆଡକୁ ଯାଉଛି: ଏଜି ପୀତାମ୍ବର
ରାଜ୍ୟ କାହାଣୀ (ଭୁବନେଶ୍ଵର)ମହାନଦୀ ବିବାଦ ଆଉ ଜଟିଳ ନାହିଁ, ସମାଧାନ ଆଡକୁ ଯାଉଛି କହିଲେ ଏଜି । ଓଡିଶାର ସ୍ୱାର୍ଥକୁ ସୁରକ୍ଷା ଦେଇ ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଛି । ମହାନଦୀରେ ଜଳ ରାଶି କେତେ ତାକୁ ନେଇ ରିପୋର୍ଟ ଦାଖଲ ହୋଇଛି । ୨ ରାଜ୍ୟର ଯନ୍ତ୍ରୀ ୧୫ ଥର ବୈଠକ କରି ତଥ୍ୟ ଭିତ୍ତିକ ରିପୋର୍ଟ ରଖିଛନ୍ତି ।ଟ୍ରିବ୍ୟୁନାଲ ଦ୍ବାରା କୌଣସି ଜଳ ବିବାଦ ସାରା ଦେଶରେ ସମାଧାନ ହୋଇନାହିଁ । ଆପୋଷ ବୁଝାମଣା ହିଁ ଏକମାତ୍ର ମାଧ୍ୟମ । ଏହାର ସମାଧାନ ପାଇଁ ଏ ଦିଗରେ ଆମେ ଆଗକୁ ବଢ଼ୁଛୁ । କିଛି ତ୍ୟାଗ କରିବାକୁ ପଡ଼ିଲେ ମଧ୍ୟ ଓଡ଼ିଶାର ସ୍ବାର୍ଥ ସହ ସାଲିସ ହେବ ନାହିଁ।