ଶୁଭେନ୍ଦୁଙ୍କ ଶପଥ ପରେ ସୋସିଆଲ ମିଡିଆ Xରେ ବଦଳିଲା ମମତାଙ୍କ ପ୍ରୋଫାଇଲ୍

ପଶ୍ଚିମବଙ୍ଗରେ, ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଶନିବାର, ୯ ମଇ, ୨୦୨୬ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।ତେବେ ଶନିବାର ଶୁଭେନ୍ଦୁଙ୍କ ଶପଥ ଗ୍ରହଣ ପରେ ବଦଳିଛି ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍ ।ଶନିବାର ଦିନ ୧୧ଟା ପର୍ଯ୍ୟନ୍ତ ମମତାଙ୍କ ପ୍ରୋଫାଇଲରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବୋଲି ରହିଥିଲା । ମାତ୍ର ଯେତେବେଳେ ଶୁଭେନ୍ଦୁ ଶପଥ ଗ୍ରହଣ କଲେ ତା’ପରେ ବଦଳିଗଲା ସୋସିଆଲ ମିଡିଆରୁ ପ୍ରୋଫାଇଲ । ତେବେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଲେଖ ନାହାନ୍ତି । ସେ ନିଜର ଏକ୍ସରେ ବାୟୋ ବଦଳାଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ୧୫,୧୬ ଏବଂ୧୭ତମ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ । ଏହାସହ ଟିଏମସିର ପ୍ରତିଷ୍ଠାତା ବୋଲି ଲେଖିଛନ୍ତି ।

You might also like