ଆଜି ବଙ୍ଗରେ ମୁଖ୍ୟମନ୍ତ୍ରୀ ଚୟନ, ଉପସ୍ଥିତ ରହିବେ ଅମିତ ଶାହ ଓ ମୋହନ ଚରଣ ମାଝୀ

ପଶ୍ଚିମହଙ୍ଗରୁ ଦିଦି ବିଦା ହେବା ପରେ କିଏ ହେବେ ବିଜେପି ମୁଖ୍ୟମନ୍ତ୍ରୀ ତାକୁ ନେଇ ବଢ଼ିଛି ଉତ୍କଣ୍ଠା । ଏହାରି ଭିତରେ ବିଜେପି ବିଧାୟକ ଦଳ ନେତା ନିର୍ବାଚନ କରିବାକୁ ଓ ମୁଖ୍ୟମନ୍ତ୍ରୀ ଚେହେରା ବାଛିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପର୍ଯ୍ୟବେକ୍ଷକ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି ବିଜେପି ସଂସଦୀୟ ବୋର୍ଡ ।ଆଗାମୀ ୯ ତାରିଖରେ ବଙ୍ଗରେ ନୂଆ ସରକାର ଶପଥ ଗ୍ରହଣ କରିବାକୁ ଥିବାରୁ ଆଜି ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି ଅମିତ ଶାହ ।ଆଜି ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ । ବିଜେପିର ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଚୂଡ଼ାନ୍ତ ହେବ । ଅପରାହ୍ନ ୩ଟାରେ ହେବ ବିଧାୟକ ଦଳ ବୈଠକ ।ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ସମାରୋହ ହେବ।

You might also like