ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେ ଯୁବତୀ 

ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ବିଭତ୍ସ ହତ୍ୟା।ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେ ଯୁବତୀ । ମୋତେ ଓ ମୋ ସାଙ୍ଗକୁ ଅସଦାଚରଣ କରିଥିଲେ ୨ଯୁବକ । ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖିନଥିଲି । ମୁଁ ଓ ମୋ ସାଙ୍ଗ ସ୍କୁଟରରେ ମାଉସୀ ଘରକୁ ଯାଉଥିଲୁ । ବାଟରେ ସେମାନେ ଆମକୁ ପ୍ରଥମେ କିଛି କହିଥିଲେ । ପରେ ପଛକୁ ଫେରି ଆମ ଗାଡିକୁ ଧକ୍କା ଦେଇ ଅସଦାଚରଣ କରିଥିଲେ । ସ୍ଥାନୀୟ ଲୋକେ ଆସିଲେ ବୋଲି ମୁଁ ଆଜି ବଞ୍ଚିଛି କହିଲେ ଯୁବତୀ । ସୌମ୍ୟରଂଜନ ମୋ ଡ୍ରେସ ଚିରିଛି, ମୋତେ ମାରିବାକୁ ଚେଷ୍ଟା କରିଥିଲା । ମୁଁ ନିଜେ ମେଡିକାଲ ଓ ପୋଲିସ ଷ୍ଟେସନ ଯାଇ ଅଭିଯୋଗ କରିଛି । ମୁଁ ଚାହୁଁନଥିଲି ସେ ମରିଯାଉ, ମୁଁ ଚାହୁଁଥିଲି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ । ମୋତେ ନ୍ୟାୟ ମିଳୁ, ସୌମ୍ୟରଂଜନକୁ ବି ନ୍ୟାୟ ମିଳିବା ଦରକାର ।

You might also like