ଆସିବ ଉନ୍ନତ ସାର୍ବଜନୀନ ୱାଇ-ଫାଇ ବ୍ୟବସ୍ଥା । ସାରା ଦେଶରେ ଲାଗୁ ହେବ ଏକକ ପାସ୍‌ୱାର୍ଡ 

ଉନ୍ନତ ପବ୍ଲିକ ୱାଇ-ଫାଇ ବ୍ୟବସ୍ଥା ଆଣିବା ଲାଗି ପ୍ରସ୍ତୁତି କରୁଛନ୍ତି ସରକାର। ଏହାଦ୍ୱାରା ୟୁଜରଙ୍କ ଅଭିଜ୍ଞତା ଉନ୍ନତ କରିବା ଏବଂ ଡିଜିଟାଲ ନେଣଦେଣରୁ ଅଧିକ ସୁରକ୍ଷିତ କରିବା ଉପରେ ଫୋକସ କରାଯାଇଛି ।ଏହି ନୂତନ ସୁବିଧାରେ ଦେଶବ୍ୟାପୀ ସାର୍ବଜନୀନ ୱାଇ-ଫାଇ ପାଇଁ ଗୋଟିଏ ପାସ୍‌ୱାର୍ଡ ରହିବ। ଏଥିରେ ବ୍ୟବହାରକାରୀ ମାନଙ୍କୁ ହଟ୍‌ସ୍ପଟ୍‌ ପାଇଁ ଅଲଗା ଭାବେ ଓଟିପି ଦରକାର ପଡ଼ିବ ନାହିଁ। ସାରା ଦେଶରେ ଥିବା ୪ ଲକ୍ଷରୁ ଅଧିକ ୱାଇ-ଫାଇ ହଟ୍‌ସ୍ପଟ୍‌ରେ ଗୋଟିଏ ଓଟିପି କିମ୍ବା ପାସ୍‌ୱାର୍ଡରେ ଲଗ୍‌ ଇନ୍‌ କରିହେବ।ସାର୍ବଜନୀନ ୱାଇ-ଫାଇକୁ ସୁରକ୍ଷିତ କରିବା ଲାଗି ୱାଇଫାଇ ପ୍ରୋଟେକ୍ଟେଡ ଆକ୍ସେସ ୩ ଭଳି ମାନକ ଲାଗୁ କରାଯାଇଛି। ଏହାଦ୍ୱାରା ଭିଡ ଇଲାକା ଗୁଡିକରେ ୟୁପିଆଇ ଏବଂ ଡିଜିଟାଲ ପେମେଣ୍ଟ ଲାଗି ଅତିରିକ୍ତ ସୁରକ୍ଷା କଭର ଆସିବ । ସରକାର ପ୍ରସ୍ତାବିତ ୱାଇଫାଇ ସିଷ୍ଟମରେ ଅପରେଟରଙ୍କ ଲାଗି ଆୟର ମଡେଲ ଭାବେ ବିକଶିତ କରିବାକୁ ଯୋଜନା ରଖିଛନ୍ତି । ଏଥିଲାଗି ବିଜ୍ଞାପନ ଆଧାରିତ ମଡେଲ, ପେଡ୍‌ ପ୍ଲାନ ଏବଂ ସବସିଡି ଭଳି ବିକଳ୍ପ ଉପରେ ଚିନ୍ତା କରାଯାଉଛି । ସହର ଗୁଡିକରେ ୱାଇ-ଫାଇ ସ୍ପିଡ୍‌ ଇଣ୍ଟରନେଟ ଏବଂ ଗ୍ରାମାଞ୍ଚଳରେ ସୁଲଭ କମ୍ୟୁନିଟି ୱାଇ-ଫାଇ ମଡେଲ କାର୍ଯ୍ୟକାରୀ ହେବ । ସାର୍ବଜନୀନ ୱାଇ-ଫାଇ ବ୍ୟବହାରରେ ଭାରତ ବହୁ ପଛରେ ରହିଛି। ଦକ୍ଷିଣ କୋରିଆରେ ୮୦ ପ୍ରତିଶତ, ଆମେରିକାରେ ୭୦ ପ୍ରତିଶତ, ୟୁରୋପରେ ୬୦ ପ୍ରତିଶତ, ଚୀନ୍‌ରେ ୬୦ ପ୍ରତିଶତ ଓ ବ୍ରିଟେନରେ ୫୦ ପ୍ରତିଶତ ଲୋକ ପବ୍ଲିକ୍‌ ୱାଇ-ଫାଇ ବ୍ୟବହାର କରୁଛନ୍ତି। କିନ୍ତୁ ଭାରତରେ ଏପର୍ଯ୍ୟନ୍ତ ମାତ୍ର ୨ ପ୍ରତିଶତ ଲୋକ ଏହି ସେବା ବ୍ୟବହାର କରିଛନ୍ତି। ଟ୍ରାଇର ନୂଆ ପ୍ରସ୍ତାବ ହାଇ ସ୍ପିଡ୍‌ ଇଣ୍ଟରନେଟ୍‌କୁ ଅଧିକ ଅଞ୍ଚଳରେ ପହଞ୍ଚାଇବ ଓ ଡାଟା ପାଇଁ ମୋବାଇଲ୍‌ ନେଟ୍‌ୱର୍କ ଉପରେ ପଡ଼ୁଥିବା ଚାପ କମ୍‌ କରିବ।

You might also like