ପଥର ଖୋଲରେ ଫସିଥିବା ନାବାଳକ ଉଦ୍ଧାର
ନୟାଗଡ ଜିଲ୍ଲାର କାଣିପଡା ଜଙ୍ଗଲକୁ ମହୁ ସଂଗ୍ରହ ପାଇଁ ଯାଇଁ ଯାଇଥିବା ବେଳେ ପଥର ସନ୍ଧିରେ ନାବାଳକର ମୁଣ୍ଡ ରହିଯାଇଥିଲା । ଦୀର୍ଘ ୫ ଘଣ୍ଟା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ନାବାଳକର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ଡାକ୍ତରଖାନାକୁ ନିଆଯାଇଛି । ସୂଚନା ମୁତାବକ ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହବେଳେ ଫସିଯାଇଥିଲେ । ପଥରସନ୍ଧିରେ ମୁଣ୍ଡ ପଶି ରହିଯାଇଥିବାରୁ ବାହାର କରିବାକୁ ନାକେଦମ୍ ହୋଇଯାଇଥିଲେ ଅଗ୍ନିଶମ କର୍ମଚାରୀ । ତେବେ ନାବାଳକଙ୍କୁ ଉଦ୍ଧାର ପରେ ଅଗ୍ନିଶମ ଡିଜି ବଡ଼ ସୂଚନା ଦେଇଛନ୍ତି । ବଡ଼ ଚ୍ୟାଲେଞ୍ଜିଂ ଥିଲା; ଉଦ୍ଧାର ବେଳେ ଦୁଇଟି ବଡ଼ ବିପଦ ଥିଲା । ନାବାଳକଜଣକ ଯେଉଁ ସ୍ଥାନରେ ଫସିରହିଥିଲେ, ତାହାର ଉପରେ ଥିଲା ବଡ଼ ପଥର ଖଣ୍ଡ, ତାହା ସହିତ ଏକ ଅଜଗର ସାପ ଥିଲା । ବୈଷୟିକ ଚ୍ୟାଲେଞ୍ଜ୍ ଥିଲା, ସେଥିପାଇଁ ଭୁବନେଶ୍ବରରୁ ଯନ୍ତ୍ରପାତି ପଠାଗଲା । ଯେଉଁମାନେ ସାହସିକ ଉଦ୍ଧାର କାର୍ଯ୍ୟ କରିଛନ୍ତି, ସମସ୍ତଙ୍କୁ ପରସ୍କୃତ କରାଯିବ ବୋଲି କହିଛନ୍ତି ।ଯଦି ସନ୍ଧ୍ୟା ହୋଇଯାଇଥାନ୍ତା , ତେବେ ଉଦ୍ଧାର କାର୍ଯ୍ୟ ଆହୁରି ଭାରି ପଡିଯାଇଥାନ୍ତା ।