ହିଞ୍ଜିଳି ହତ୍ୟାକାଣ୍ଡ ଘଟଣା। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ରାଜ୍ୟ କାହାଣୀ (ଭୁବନେଶ୍ଵର)ହିଞ୍ଜିଳି ଥାନା ଖରିଡା ଗାଁରେ ହତ୍ୟାକାଣ୍ଡ ଘଟଣା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ଚିଠିରେ ଉଲ୍ଲେଖ କରି କହିଛନ୍ତି, ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ । ମୋ ନିର୍ବାଚନୀ ମଣ୍ଡଳୀ ହିଞ୍ଜିଳି ଅନ୍ତର୍ଗତ ଖରିଡା ଗ୍ରାମରେ ଘଟିଥିବା ଜଘନ୍ୟ କାଣ୍ଡ ପାଇଁ ମୁଁ ମର୍ମାହତ । ସିସିଟିଭିରେ ଜଣାପଡିଛି ଯେ , ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ୩ ବର୍ଷ ର ଝିଅ ଆଗରେ ତାଙ୍କ ସ୍ୱାମୀଙ୍କ ସାନ ଭାଇ ନିର୍ମମ ଭାବେ ହତ୍ୟା କରିଥିଲେ । ନ୍ୟାୟ ପାଇଁ ଧାରଣାରେ ବସିଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ କରାଗଲା । ମାଙ୍କ ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଧୁଥିବାର ଦୃଶ୍ୟ ଓଡିଶାର ବିବେକକୁ ଆଘାତ ଦେଇଛି ।  ଅନ୍ୟପଟେ ହିଞ୍ଜିଳି ଖରିଡା ମର୍ଡର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ଲେଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସରକାର ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି । ବିରୋଧୀଦଳ ନେତା ଲେଖିବାର କିଛି କାରଣ ନାହିଁ । ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବା ସହ ଛୁଆ ପାଇଁ ଯାହା କରିବା କଥା କରିବେ ।

You might also like