ଓଡ଼ିଶା ସ୍ୱାଭିମାନ ମଞ୍ଚ:ପ୍ରଚ୍ଛଦ ପଟରେ ନବୀନ?

ଭୁବନେଶ୍ଵର ( ରାଜ୍ୟ କାହାଣୀ): ଓଡ଼ିଶା ସ୍ୱାଭିମାନ ପଛରେ କିଏ? ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନା କଂଗ୍ରେସ? କାରଣ ସ୍ୱାଭିମାନ ମଂଚର ଆହ୍ବାନ ଦେଇଥିବା ସାମ୍ୱାଦିକ ସୁଧାଂଶୁ ପାତ୍ର ଜଣେ ସମାଜବାଦ ବିଚାରଧାରାରେ ବିଶ୍ୱାସ କରନ୍ତି। ଯିଏ କି ପୂର୍ବରୁ ନବୀନ ସରକାରଙ୍କ ବିଭିନ୍ନ କାମକୁ ସମର୍ଥନ କରିଥିବା ବେଳେ, ୨୦୨୪ ସାଧାରଣ ନିର୍ବାଚନ ପରେ ସେ ଦେଶର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରାକୁ ନେଇ ” ଗାନ୍ଧୀ ଫେରୁଛନ୍ତି” ନାମକ ପୁସ୍ତକ ରଚନା କରିଥିଲେ। ଯାହାକୁ ସେ ପରବର୍ତୀ ସମୟରେ ହିନ୍ଦୀ ଭାଷାରେ ପ୍ରକାଶ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଦେଇଥିଲେ। ଯେତିକି ବେଳେ ରାଜ୍ୟରେ ରାଜ୍ୟ ସଭା ନିର୍ବାଚନ ଚାଲିଥାଏ। ଏବଂ ପିସିସି ସଭାପତି ଭକ୍ତଚରଣ ଦାସ ନବୀନ ବାବୁଙ୍କୁ ସମୟ ମାଗିଥାନ୍ତି। କିନ୍ତୁ ନବୀନ ବାବୁ ଭକ୍ତ ବାବୁଙ୍କୁ ସମୟ ଦେଇନଥିଲେ। କିନ୍ତୁ ସୁଧାଂଶୁ ବାବୁ ଦେଇଥିବା ଗାନ୍ଧୀ ଫେରୁଛନ୍ତି ପୁସ୍ତକକୁ ନବୀନ ଗ୍ରହଣ କରିଥିଲେ। ଆଉ ତା ପରଦିନ ନବୀନ ବାବୁ ଡକ୍ଟର ଦତେସ୍ୱର ହୋତାଙ୍କୁ ସ୍ଵାଧୀନ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ଆଉ ପିସିସି ସଭାପତି ଭକ୍ତ ଚରଣ ଦାସ ତୁରନ୍ତ ନବୀନ ଙ୍କୁ ସମର୍ଥନ ଜଣାଇଥିଲେ। ଅର୍ଥାତ୍ ରାଜ୍ୟସଭା ନିର୍ବାଚନ ବେଳେ ଉଭୟ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ଗୁପ୍ତ 4ବୁଝାମଣା ପଛରେ ଗାନ୍ଧୀ ଫେରୁଛନ୍ତି ପୁସ୍ତକର ଭୂମିକା ଯଥେଷ୍ଟ ଥିବା ଚର୍ଚ୍ଚା ହୁଏ। ଯାହା ପରେ ସାମ୍ୱାଦିକ ସୁଧାଂଶୁ ପାତ୍ର ଓଡ଼ିଶା ସ୍ୱାଭିମାନ ମଂଚର ଆହ୍ବାନ ଦେଇଛନ୍ତି। ଅର୍ଥାତ୍ ସୁଧାଂଶୁ ବାବୁଙ୍କ ପଛରେ କାହାର ପ୍ରଚ୍ଛନ୍ନ ହାତ ରହିଛି, ତାହା ଆସନ୍ତା ଦିନରେ ସ୍ପଷ୍ଟ ଜଣା ପଡିବ।

You might also like