ନିର୍ବାଚନ ହାରିବା ପରେ ମମତା ବାନାର୍ଜୀଙ୍କ ଘୋଷଣା, ଲୋକଭବନ ଯାଇ ଇସ୍ତଫା ଦେବିନି
ପଶ୍ଚିମବଙ୍ଗରେ ହାରିବା ପରେ ମମତା ବାନାର୍ଜୀ ପ୍ରେସ୍ କନଫରେନ୍ସ ଜରିଆରେ ଭାଜପା ଉପରେ ବର୍ଷିଛନ୍ତି। ମମତା କହିଛନ୍ତି, ଆମର କର୍ମୀମାନଙ୍କୁ ନିର୍ଯାତନା ଦିଆଯାଇଛି। ଏହି ହେରଫେର ପାଇଁ ନିର୍ବାଚନ କମିଶନ ଦାୟୀ। ସେମାନେ ସମଗ୍ର ପୋଲିସ ବାହିନୀକୁ ବଦଳାଇ ଦେଇଥିଲେ। ଆମେ ପୂର୍ବରୁ ଏପରି ଆଇନଶୃଙ୍ଖଳା କେବେ ଦେଖିନାହୁଁ।” ଆମେ କାର୍ଯ୍ୟାନୁଷ୍ଠାନ ନେଉଛୁ। ଆମେ ଏକ ଗୋପନୀୟ ରଣନୀତି ସହିତ ଆଗକୁ ବଢ଼ିବୁ। ଆମେ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରୁଛୁ। ସେମାନେ ତଦନ୍ତ କରିବେ। ସେମାନେ ଆମ ଦଳୀୟ କର୍ମୀଙ୍କୁ ଭାଜପାରେ ଯୋଗଦେବାକୁ କହୁଛନ୍ତି। ତେବେ ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ ପଦରୁ ଇସ୍ତଫା ଦେବେ ନାହିଁ।ମମତା କହିଛନ୍ତି, ମୁଁ ଲୋକଭବନ କାହିଁକି ଯିବି ? ଯଦି ଶପଥ ନେବାର ଥାଆନ୍ତା, ତେବେ ମୁଁ ନିଜେ ଯାଇଥାନ୍ତି। ସେମାନେ ଦଖଲ କରିନେଇଛନ୍ତି। କ’ଣ ଆପଣଙ୍କୁ ଲାଗୁଛି ମୁଁ ଇସ୍ତଫା ଦେଇ ଦେବି ? ମୁଁ ଯିବିନି। ମୁଁ ସଡକରେ ଥିଲି। ମୁଁ ସଡକରେ ରହିବି। ସେ କହିଛନ୍ତି, ଇଲେକ୍ସନ ପରେ ଇଭିଏମ୍ ମେସିନ୍ରେ ଚାର୍ଜ ଲଗାଗଲା। ଦୁଇ ଫେଜ୍ରେ ଇଲେକ୍ସନ ହେବାପରେ, ସେମାନେ ଆମ ଲୋକଙ୍କୁ ଆରେଷ୍ଟ କରିବା ଆରମ୍ଭ କରିଦେଇଥିଲେ ଓ ଅଫିସରଙ୍କୁ ଟ୍ରାନ୍ସଫର କରିବା ଆରମ୍ଭ କରିଦେଇଥିଲେ। ସେମାନେ ନିଜ ପାର୍ଟିର ବ୍ୟୁରୋକ୍ରାଟସଙ୍କୁ ନେଇ ଆସନ୍ତୁ।