ବଙ୍ଗୋପସାଗର ଉପକୂଳରେ ମିସାଇଲ ଟେଷ୍ଟ! ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ନେଇ ନୋଟାମ ଜାରି

ବଙ୍ଗୋପସାଗର ଉପକୂଳରେ ହୋଇପାରେ ମିସାଇଲ ପରୀକ୍ଷଣ। ଦୂରଗାମୀ ମିସାଇଲ ପରୀକ୍ଷଣ ନେଇ ନୋଟାମ ଜାରି କରାଯାଇଛି। ବଙ୍ଗୋପସାଗର ତଟବର୍ତ୍ତୀ ଧାମରାର ଅବଦୁଲ କଲାମ ଦ୍ବୀପରୁ ଭାରତୀୟ ମହାସାଗର ମଧ୍ୟରେ ୩ ହଜାର ୫୬୦ କିଲୋମିଟର ପର୍ଯ୍ୟନ୍ତ ନୋଟାମ୍ ଜାରି କରାଯାଇଛି। ଏହି ସମୟରେ କୌଣସି ବିମାନ ଚଳାଚଳ କରିପାରିବ ନାହିଁ। ନୋଟାମ୍ ଆସନ୍ତା ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଜାରି କରାଯାଇଛି। ତେବେ କୌଣସି ଦୂରଗାମୀ ମିସାଇଲ ପରୀକ୍ଷଣ କରାଯିବ ତାହା ସ୍ପଷ୍ଟ ହୋଇନାହିଁ।

You might also like